ପ୍ରଧାନମନ୍ତ୍ରୀଙ୍କ ଅହମ୍ମଦାବାଦ୍‍, ହାଇଦ୍ରାବାଦ୍‍ ଓ ପୁଣେ ଗସ୍ତ : କୋଭିଡ୍‍ ଟିକା ଉତ୍ପାଦନର ସମୀକ୍ଷା କଲେ-ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ୍‍, ହାଇଦ୍ରାବାଦ୍‍ ଓ ପୁଣେ ଗସ୍ତ କରି କୋଭିଡ୍‍ ଟିକା ଉତ୍ପାଦନ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପୁଣେ ସ୍ଥିତ ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍କୁ ଗସ୍ତ କରି କୋଭାସିଲଡ ଟିକା ଉତ୍ପାଦନ ପଦ୍ଧତିର ସମୀକ୍ଷା କରିଛନ୍ତି। ଏହାପରେ ସେ ବୈଜ୍ଞାନିକ ଓ ଅନୁଷ୍ଠାନର ଅଫିସରମାନଙ୍କ ସହ ଆଲୋଚନ କରିଥିଲେ। ପ୍ରତିଷେଧକ ସଫଳତାର ସହ ପରୀକ୍ଷା ହୋଇଯିବା ପରେ ଏହାର ଯୋଗାଣ ଓ ବଣ୍ଟନ ବିଷୟରେ ସେ ସମ୍ପୃକ୍ତ ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଲୋହେଗାଓଁ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସିଧା ଯାଇ ସେରମ ଇନ୍‍ଷ୍ଟିଚ୍ୟୁଟରେ ପହଞ୍ଚିଥିଲେ। ଏହାପରେ ସେ ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ।

Credit-DD News

ପୂର୍ବରୁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦସ୍ଥିତ ଜାଇଡସ୍‍ ବାୟୋଟେକ୍‍ ପାର୍କଠାରେ ଜାଇଡସ୍‍ କାଡିଲା ଫାର୍ମାସ୍ୟୁଟିକାଲ୍‍ ଟିକା ବିକାଶ
ପ୍ରକ୍ରିୟାର ସମୀକ୍ଷା କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ କୋବିଡ୍‍-୧୯ ପାଇଁ Zyco V-D ଟିକା ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ
ଦିଆଯାଇଥିଲା। ଶ୍ରୀ ମୋଦି ଜାଇଡସ୍‍ ବାୟୋଟେକ୍‍ ପାର୍କର ଟିକା ଉତ୍ପାଦନ ଓ ବିକାଶ କାରଖାନାକୁ ବୁଲି ଦେଖଥିଲେ।
ଏହି ସମୟରେ ତାଙ୍କ ସହ ବୈଜ୍ଞାନିକମାନେ ଥିଲେ। ସେ ଜାଇଡସ୍‍ କାଡ଼ିଲା ଫାର୍ମାସ୍ୟୁଟିକାଲ୍‍ର ବୈଜ୍ଞାନିକମାନଙ୍କ ସହ ଟିକା​​‌
ବିକାଶ, ପରୀକ୍ଷା ଓ ଉତ୍ପାଦନର ସମୟ ବିଷୟରେ ଆଲୋଚନା କରିଥିଲେ।  ପ୍ରଧାନମନ୍ତ୍ରୀ ଜାଇଡସ୍‍ ବାୟୋଟେକ୍‍ ପାର୍କରେ ପହଞ୍ଚିବା ପରେ କମ୍ପାନୀର ଚେୟାରମ୍ୟାନ୍‍ ପଙ୍କଜ ପଟେଲ୍‍ ତାଙ୍କୁ ପାଛୋଟି ନେଇଥିଲେ।
ଜାଇଡସ୍‍ କାଡିଲା ଏହାର ଦ୍ୱିତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣର ରିପୋର୍ଟ ଆସନ୍ତା ସପ୍ତାହରେ ଦାଖଲ କରିବ। ଏଥିରୁ ସେହି ଟିକା
କେତେଦୂର କାମ କରିବ ଓ ନିରାପଦ ରହିବ, ତାହା ଜଣାପଡ଼ିବ। ଡିସେମ୍ବର ମାସରେ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯିବ। ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହି ଟିକା ପ୍ରସ୍ତୁତ ହୋଇଯିବାର ଆଶା କରାଯାଉଛି।

ସେଠାରୁ ଶ୍ରୀ ମୋଦୀ ହାଇଦ୍ରାବାଦ୍‍ର ଭାରତ ବାୟୋଟେକ୍‍ ଇଣ୍ଟରନ୍ୟାସନାଲ୍‍ ଲିମିଟେଡ୍‍କୁ ଗସ୍ତ କରିଥିଲେ। ସେଠାରେ ସେ
ବୈଜ୍ଞାନିକମାନଙ୍କ ସହ ଟିକା ଉତ୍ପାଦନ ଓ ଯୋଗାଣ ବିଷୟରେ ଆଲୋଚନା କରିଥିଲେ।
ପ୍ରତିଷେଧକର ବିକାଶ ପାଇଁ ବୈଜ୍ଞାନିକମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଭାରତ ବାୟୋଟେକ୍‍ କୋଭାକ୍‍ସିନ୍‍ ଟିକା
ଉତ୍ପାଦନ କରିବ। ବର୍ତ୍ତମାନ ଏହି ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଭାରତ ବାୟୋଟେକ୍‍’ ଆଇସିଏମ୍‍ଆର୍‍. ସହ ମିଳିତ ଉଦ୍ୟୋଗରେ କୋଭାକ୍‍ସିନ୍‍ ଟିକା ଉତ୍ପାଦନ କରିବ। କୋଭାକ୍‍ସିନ୍‍ ଟିକାକୁ ଦେଶର ୨୨ଟି ରାଜ୍ୟର ୨୫ହଜାର
​ସ୍ବେଚ୍ଛାସେବୀଙ୍କ ଶରୀରରେ ପରୀକ୍ଷା କରାଯାଉଛି।

Comments are closed.