ନଭେମ୍ବର ୫ରୁ +୨ ଅପ୍ସନାଲ୍‌ ପରୀକ୍ଷା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଅପ୍‌ସନାଲ୍‌ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା ପାଇଁ ମାର୍ଚ୍ଚ ୨୩ରୁ ୨୮ ପର୍ଯ୍ୟନ୍ତ ହୋଇପାରି ନ ଥିବା ପରୀକ୍ଷା କରାଯିବ। ନଭେମ୍ବର ୫ରେ ଅର୍ଥନୀତି ଓ ଜୀବ ବିଜ୍ଞାନ, ନଭେମ୍ବର ୬ରେ ପରିସଂଖ୍ୟାନ, ନୃତତ୍ତ୍ବ ଓ ସମାଜବିଜ୍ଞାନ, ନଭେମ୍ବର ୭ରେ ତର୍କଶାସ୍ତ୍ର ଓ ଭୂଗୋଳ ପାଇଁ ପରୀକ୍ଷା ତାରିଖ ଧାର୍ଯ୍ୟ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ୍ ମାନି ପରୀକ୍ଷା ଦେବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି।

Comments are closed.