ମାର୍ଚ୍ଚ ୩ରୁ +୨ ପରୀକ୍ଷା

ଭୁବନେଶ୍ବର: ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା। ଆଜି ଏନେଇ  ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୩ ତାରିଖରୁ +୨ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖ ଯାଏଁ  ଚାଲିବ। ସେହିପରି ବାଣିଜ୍ୟ ବିଭାଗର ପରୀକ୍ଷା ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ କଳା ବିଭାଗର ପରୀକ୍ଷା ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୨୬ ତାରିଖରୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ପେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।  ସେହିପରି ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୧୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖ ଯାଏଁ ଚାଲିବ।

ଚଳିତ ବର୍ଷ ମୋଟ ୩,୪୯,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ବିଜ୍ଞାନ ବିଭାଗରେ ୯୭,୫୩୬ ଜଣ ଓ ବାଣିଜ୍ୟ ବିଭାଗରେ ୨୫,୭୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ କଳାରେ ୨ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ମୋଟ ୭୦୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ । ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରଗୁଡିକରେ ସିସିଟିଭି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି। ଏପରିକି ଯେଉଁ ସେଣ୍ଟରରେ ସିସିଟିଭି ଲାଗିନାହିଁ ସେହି  ସେଣ୍ଟରଗୁଡିକୁ ଖୁବଶୀଘ୍ର ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପରୀକ୍ଷା ପୂର୍ବରୁ ସିସିଟିଭି ନ ଲଗାଯାଇଥାଏ ତେବେ ସିସିଟିଭି ଲାଗିଥିବା ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ୱଷ୍ଟ କରାଯାଇଛି ।

 

Comments are closed.