ଲକ୍‌ଡାଉନ୍‌ ସମୟରେ ଯୁକ୍ତ ଦୁଇ ଖାତାଦେଖା ପାଇଁ ଜିଲାପାଳ ନିଷ୍ପତ୍ତି ନେଇପାରିବେ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ଯୁକ୍ତ ଦୁଇ ଖାତା ଦେଖାପାଇଁ ଜିଲାପାଳ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଗତକାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲାପାଳ, ଏସ୍‌ପି ଓ ଡିସିପିଙ୍କୁ ସଟ୍‌ଡାଉନ୍‌ ସମୟରେ ଖାତା ଦେଖା ପାଇଁ ଚିଠିରେ ଲେଖିଥିଲେ । ହେଲେ ଏବେ ୪ ଜିଲା ଲକ୍‌ଡାଉନ୍‌ ହେଉଛି। ଯେଉଁଠି ୩୫ ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି। ଜିଲାପାଳ ସମ୍ପୃକ୍ତ ଜିଲାର ଅବସ୍ଥାକୁ ଦେଖି ବିଚାର କରିବେ। ଲକ୍‌ଡାଉନ୍‌କୁ ଦେଖି ଖାତା ଦେଖା ପ୍ରକିୟା ସମ୍ପନ୍ନ କରାଯିବ ଏବଂ ଫଳାଫଳ ପ୍ରକାଶ ନେଇ ପଦକ୍ଷେପ ନିଆଯାଇପାରିବ। ବର୍ତ୍ତମାନ ଯେହତୁ ଯୁକ୍ତ ଦୁଇ ଖାତା ଦେଖା ସରିନି, ତେଣୁ ଫଳାଫଳ ତାରିଖ କହି ହେଉନି। ଲକ୍‌ଡାଉନ୍‌ ଭିତରେ କେତେ ଖାତା ଦେଖା ହୋଇପାରିବ କି ନ ହୋଇପାରିବ, ଜିଲା ପ୍ରଶାସନ ନିଷ୍ପତ୍ତି ନେବେ। ତା’ପରେ ଫଳାଫଳ କଥା କହିହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Comments are closed.