ଯୁକ୍ତ ଦୁଇରେ ନାମଲେଖା ଅନ୍‌ଲାଇନ୍‌ ନାମଲେଖା ଆରମ୍ଭ, ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେଧାତାଲିକା

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ଜୁନିୟର କଲେଜରେ ତଥା ହାୟର ସେକେଣ୍ଡାରି ସ୍କୁଲ(ଏଚ୍‌ଏସ୍‌ଏସ୍‌)ରେ ଯୁକ୍ତ ଦୁଇ ପ୍ରଥମ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠୁ ଅନ୍‌ଲାଇନ୍‌ରେ ଆବେଦନ କରୁଛନ୍ତି ଛାତ୍ରଛାତ୍ରୀ। ସାମ୍‌ସ ପୋର୍ଟାଲ୍‌ ଛାତ୍ରଛାତ୍ରୀମା​‌େ​‌ାନ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେପ୍ଟେମ୍ବର ୯ରେ ପ୍ରଥମ ମେଧାତାଲିକା ପ୍ରକାଶ ପାଇବ ଏବଂ ଏଥିରେ ମନୋନୀତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ନାମଲେଖାଇ ପାରିବେ। ସେହିପରି ସେପ୍ଟେମ୍ବର ୨୩ରେ ଦ୍ବିତୀୟ ମେଧାତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏଥିରେ ମନୋନୀତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୪ରୁ ୨୮ ମଧ୍ୟରେ ନାମଲେଖାଇ ପାରିବେ। ଅକ୍ଟୋବର ୧ରେ ସ୍ପଟ୍‌ ଆଡ୍‌ମିଶନ ପାଇଁ ତାଲିକା ପ୍ରକାଶ ପାଇବ। ଏଥିରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଅକ୍ଟୋବର ୧ରୁ ୩ ମଧ୍ୟରେ ପଞ୍ଜୀକରଣ କରିପାରିବେ ଏବଂ ମନୋନୀତ ଛାତ୍ରଛାତ୍ରୀଙ୍କ ମେଧାତାଲିକା ଅକ୍ଟୋବର ୩ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Comments are closed.