ପ୍ଲାଷ୍ଟିକ୍ ଖାଉଛି ମଣିଷ !

ବିଶ୍ବର ପ୍ରମୁଖ ପ୍ରାନ୍ତରେ ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି। ହେଲେ ଏବର ଚତୁର ମନୁଷ୍ୟର ବୁଦ୍ଧି କିଛି କମ୍ ନୁହେଁ। ପରିବେଶ ଅନୁକୂଳ ପ୍ଲାଷ୍ଟିକ୍ ତିଆରି କରାଯିବା ସହ ତାହାର ବିକ୍ରି ମଧ୍ୟ ବଢ଼ିବାରେ ଲାଗିଛି। ନିକଟରେ ବିଶେଷଜ୍ଞ ଦଳଙ୍କ ଅନୁସନ୍ଧାନରୁ ଜଣାପଡ଼ିଛି ପ୍ରତ୍ୟେକ ଲୋକ ନିୟମିତ ଭାବେ ମାଇକ୍ରୋ-ପ୍ଲାଷ୍ଟିକ୍ ଖାଉଛି। ଜଣେ ସାଧାରଣ ମଣିଷ ବାର୍ଷିକ ଭାବେ ୩୯,୦୦୦-୫୨୦୦୦ ମାଇକ୍ରୋପ୍ଲାଷ୍ଟିକ୍ ପାର୍ଟିକଲ୍ ଖାଉଥିବାର ପ୍ରକାଶ। ଏବେ ମଧ୍ୟ ୪୧% ଲୋକ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି। ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କୁ ବିପିଏ ଫ୍ରି ପ୍ଲାଷ୍ଟିକ୍ ବୋତଲ ଦିଆଯାଉଥିବାବେଳେ ଏହାର କୁପ୍ରଭାବ ପଡ଼ିଥାଏ। ଫଳଚାଷ, ପରିବା ଚାଷ ସମୟରେ ପ୍ଲାଷ୍ଟିକ୍ ଆବରଣରେ ଗଛକୁ ସୁରକ୍ଷିତ ରଖାଯାଉଛି। ଆମ ଦୈନନ୍ଦିନ ଜୀବନଶୈଳୀରେ ପ୍ଲାଷ୍ଟିକ୍ ଅନ୍ୟତମ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସଚେତନ ଓ ସତର୍କ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ କରାଯିବା ସତ୍ତ୍ବେ ପ୍ଲାଷ୍ଟିକ୍ର ଆଦର କମିବା ବଦଳରେ ବଢ଼ିଛି। ପିଲାଙ୍କ ଖିର ବୋତଲ ଠାରୁ ଆରମ୍ଭ କରି ଚାମଚ ପର୍ଯ୍ୟନ୍ତ ସବୁଥିରେ ପ୍ଲାଷ୍ଟିକ୍ର ସ୍ପର୍ଶ ରହିଛି। କିଛି ବର୍ଷ ତଳେ ବଜାରରେ କେବଳ କାଚ ଖିର ବୋତଲ ମିଳୁଥିଲା। ହେଲେ କାଚ ବୋତଲ ଫାଟିବା ସହ ଭାଙ୍ଗିବା ସମସ୍ୟା ଉପୁଜିବାରୁ ଏହାର ସ୍ଥାନ ପ୍ଲାଷ୍ଟିକ୍ ବୋତଲ ନେଇଛି। ଏଇ ବୋତଲ ହିଁ ଶିଶୁ ଶରୀରକୁ ମାଇକ୍ରୋପ୍ଲାଷ୍ଟିକ ଖୋରାକ୍ ଯୋଗାଇଥାଏ, ଏଣୁ ବର୍ତ୍ତିବାର ଉପାୟ କାହିଁ? ଆମେ ନିଜେ ସଚେତନ ନ ହେବା ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ ବ୍ୟବହାରକୁ ରୋକାଯିବା ସମ୍ଭବପର ନୁହେଁ।