ପ୍ଲାଷ୍ଟିକ୍‌ ମୁକ୍ତ ବାଣୀବିହାର ଅଭିଯାନ

ଉତ୍ତରଭୁବନେଶ୍ୱର : ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ମୁକ୍ତ ବାଣୀବିହାର ଅଭିଯାନ ଗତ ମାସ ୩୦ରୁ ବାଣୀବିହାର ପରିସରରେ ଆରମ୍ଭ ହୋଇଥିଲା ବେଳେ ଅଧ୍ୟାବଧି ଜାରି ରହିଛି। ଏହି ଅଭିଯାନକୁ ଅବ୍ୟାହତ ରଖିବା ଉଦ୍ଦେଶ୍ୟରେ ଆଜି ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଗୋପବନ୍ଧୁ ଛାତ୍ରବାସ ତଥା ଏହାର ଆଖପାଖରେ ପ୍ଲାଷ୍ଟିକ୍‌ ଆବର୍ଜନା ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି, କାର୍ଯ୍ୟନିର୍ବାହୀ ସଭ୍ୟ ଡ. ପ୍ରଦୀପ କୁମାର ରଥଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଛାତ୍ରାବାସର ଅଧୀକ୍ଷକ ଆଶିଷ କୁମାର ପାଠୀ ପରିଚାଳନା କରିଥିବା ବେଳେ ସ୍ନାତକୋତ୍ତର ଭୂଗୋଳ ବିଭାଗର ମୁଖ୍ୟ ଡ. କୃଷ୍ଣଚନ୍ଦ୍ର ରଥ, ଫକିର ମୋହନ ଛାତ୍ରାବାସର ଅଧୀକ୍ଷକ ଡ. ବିଜୟ କୁମାର ସୁନ୍ଦରାୟ, ଗୋଦାବରୀଶ ଅଧୀକ୍ଷକ ଡ. ଗୁଣନିଧି ସାହୁ, ଗୋପବନ୍ଧୁ ଛାତ୍ରାବାସର ସହାୟକ ଅଧୀକ୍ଷକ ପୁଲସ୍ତ୍ୟ ଜାନା, ଭୂଗୋଳ ବିଭାଗର ଅତିଥି ଅଧ୍ୟାପକ ଜ୍ୟୋତିର୍ମୟୀ ମହାନ୍ତ, ବୀରେନ କୁମାର ବେହେରା, ସଗୁପ୍ତ ଅମ୍ବରୀନ୍‍, ଅମିତ୍‍ ସାହୁ, ଦୀପା ମହାନ୍ତି, ଅଭୟ ଦାସ, ଚିନ୍ମୟକୁମାର ମଲ୍ଲିକ, ପ୍ରବୀର ଦାସ, ଲକ୍ଷ୍ମୀଧର ଚାନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Comments are closed.