ଓଡ଼ିଶାରେ ସଫଳ ହେଲା ପ୍ଲାଜମା​‌ ଥେରାପି : କରୋନାକୁ ହରାଇଲେ ମହିଳା

କଟକ : ରାଜ୍ୟରେ ସଫଳ ହୋଇଛି ପ୍ଲାଜମା​‌ ଥେରାପି। କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଥିବା ୪୮ବର୍ଷୀୟା ମହିଳା ସୁସ୍ଥ ହୋଇଛନ୍ତି। ସେ ଆଜି ଡିସଚାର୍ଜ ହୋଇ ଘରକୁ ଫେରିବେ। ଏପର୍ଯ୍ୟନ୍ତ ରାଜ୍ୟରେ ୧୩ ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.