ଚାରାରୋପଣ ଶୁଭାରମ୍ଭ କଲେ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ

ଟିଟିଲାଗଡ଼: ତତଲାଗଡ ରୁପେ ପରିଚିତ ଟିଟିଲାଗଡ ଅଂଚଳରେ ଚଳିତ ବର୍ଷ ବ୍ୟାପକ ଚାରାରୋପଣ ପାଇଁ ବନବିଭାଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅପରପକ୍ଷରେ ଟିଟିଲାଗଡ ବ୍ଲକ ଅଂଚଳରେ ଘରକୁ ଘର ଚାରା ଯୋଗାଣ ନେଇ ବନବିଭାଗ ଅଭିନବ ପ୍ରୟାସ ଆରମ୍ଭ କରିଛି। ଯୋଜନାରେ ଟିଟିଲାଗଡ ସହର ସମେତ ବ୍ଲକର ବିଭିନ୍ନ ଗ୍ରାମକୁ ଗାଡି ଯୋଗେ ସାଗୁଆନ, ବାଉଁଶ, ପଣସ, ଅଁଳା ଆଦି ବିଭିନ୍ନ କିସମର ପ୍ରାୟ ୩୦ ହଜାର ଚାରା ଗାଡିରେ ବୁଲି ବୁଲି ବଣ୍ଟାଯିବ।

ସହରରେ ଜଣ ପ୍ରତି ୫ଟି ଚାରା ତଥା ଗ୍ରାମାଂଚଳରେ ୧୦ଟି ଚାରା ପ୍ରଦାନ କରାଯିବ। ଏନେଇ ଚାରା ପ୍ରତି କେବଳ ୧ ଟଙ୍କା ସଂଗ୍ରହ କରାଯିବ। ଏହି ଯୋଜନା ନେଇ ଅଂଚଳବାସୀ ସହଯୋଗ ସହ ପ୍ରତ୍ୟେକ ପୁରୁଷ ମହିଳା ଅନ୍ତତଃ ପକ୍ଷରେ ଗୋଟିଏ ଚାରା ଲଗାଇ ଅଂଚଳର ପରିବେଶ ରକ୍ଷା ଦିଗରେ ନିଜ ଅବଦାନ ସୁନିଶ୍ଚିତ କରନ୍ତୁ ବୋଲି ରେଞ୍ଜ ଅଧିକାରୀ ଜିତେନ୍ଦ୍ରୀୟ ନନ୍ଦ ନିବେଦନ କରିଛନ୍ତି।

Comments are closed.