ଆମେରିକାରେ ବିମାନ ଦୁର୍ଘଟଣା: ୯ ମୃତ

ୱାଶିଂଟନ: ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଶନିବାର ଦକ୍ଷିଣ ଡାକୋଟାରେ ପିଲାଟସ୍ ପିସି-୧୨ ବିମାନଟି ଉଡାଣର କିଛି ସମୟ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାର କାରଣ ଘନ କୁହୁଡି ହୋଇଥିବା କୁହାଯାଉଛି। ଉଡିବାର କିଛି ସମୟ ମଧ୍ୟରେ ପିଲାଟସ୍ ପିସି-୧୨ ବିମାନଟି ଚାମ୍ବରଲେନ ବିମାନ ବନ୍ଦରଠୁ କିଛି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନଟିରେ ମୋଟ ୧୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ୯ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ବର୍ତ୍ତମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରାଯାଇଛି।

Comments are closed.