ସତ୍ୟବାଦୀରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ରୋଡ ସୋ’

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ରୋଡ ସୋ କରିଛନ୍ତି । ଶୁକଳ ମେଳଣ ପଡିଆ ନିକଟରେ ସେ ହେଲିକପ୍ଟରରୁ ଓହ୍ଲେଇବା ପରେ ତାଙ୍କୁ ଶତାଧିକ ବିଜେପି କର୍ମୀ ସ୍ବାଗତ କରିଥିଲେ । ଆୟୋଜିତ ପଥପ୍ରାନ୍ତ ସଭାରେ ଶ୍ରୀ ଗୋୟଲ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନର ଆବଶ୍ୟକ ଓ କୋଡ଼ିଏ ବର୍ଷର ଏକ ସ୍ଥାଣୁ ସରକାର ବଦଳାଇ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ପୁରୀ ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ର , ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଓ ଶ୍ରୀ ଗୋୟଲ ସହସ୍ରାଧିକ କର୍ମୀଙ୍କୁ ସାଙ୍ଗରେ ଧରି ସାକ୍ଷୀଗୋପାଳ ବଜାର ସହିତ ସତ୍ୟବାଦୀର ୨୪ଟି ପଞ୍ଚାୟତରେ ରୋଡ ସୋ କରିଥିଲେ ।

Comments are closed.