ପିସ୍ତଲ ଜବତ ଘଟଣାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ

ବ୍ରଜରାଜନଗର : ବେଆଇନ ଭାବେ ପିସ୍ତଲ ରଖିବା ଅଭିଯୋଗରେ ପୁଲିସ ବ୍ରଜରାଜନଗର ବଜରଙ୍ଗ ଦଳ ସଭାପତି ଅକ୍ଷୟ କୁମ୍ଭାର (୨୩)କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅକ୍ଷୟ ଓରିଏଣ୍ଟ ଅଞ୍ଚଳରେ ପିସ୍ତଲ ଧରି ବୁଲୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲା। ତାଙ୍କ ନିକଟରୁ ପୁଲିସ ଏକ ୭ ଏମଏମ ପିସ୍ତଲ ଜବତ କରିଛି। ସେହି ପରି ଅନ୍ୟ ଏକ ଘଟଣାରେ ବ୍ରଜରାଜନଗର ପୋଲିସ ଅଂଶୁ କୁମାର (୧୯) ଓ ଗୁଡୁ ହରିଜନ (୨୦)ଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି। ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି।

Comments are closed.