ପାରମ୍ପରିକ କୁଡ଼ମାଲି ଝୁମରରେ କମ୍ପୁଛି ଆଖଳା

ପାଟଣା : ପିପିଳିଆର କୁଡ଼ମାଲି ସାଂସ୍କୃତିକ ଝୁମର କାର୍ଯ୍ୟକ୍ରମରେ ଦେଶ କରମ୍ ପରବ, ଓଡ଼ିଶାର ଆଖଳା ଜମିବାରେ ଲାଗିଥିବା ବେଳେ ହଜାର ହଜାର ସଂଖ୍ୟାରେ କୁଡୁମି ସମ୍ପ୍ରଦାୟର ଲୋକ ଯୋଗ ଦେଇ ଆଖଳାର ଶୋଭା ମଣ୍ଡିତ କରିଥିଲେ । ସନ୍ଧ୍ୟାରେ ପ୍ରତିଦିନ ଭଳି କୁଡ଼ମାଲି ରୀତିନୀତି ରେ ଜାୱାବେହ୍ଳା କାର୍ଯ୍ୟ ସମ୍ପାଦନ କରାଯାଇ ମଞ୍ଚ ପରିଚାଳନା କରାଯାଇଥିଲା । ଅତିଥି ମାନଙ୍କୁ ଦେଶ କରମ୍ ପରବ, ଓଡ଼ିଶାର କମିଟି ତରଫରୁ ମହିଳା ସଭାପତି ଦେବକୀ ମହାନ୍ତ, ସମ୍ପାଦିକା ତଥା ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନି ମହାନ୍ତ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ପୌରପରିଷଦର ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ସମ୍ମାନିତ ଅତିଥି ଭାବେ ବଡ଼ବିଲର ଶଙ୍କର୍ଷଣ ମହାନ୍ତ, ମୁଖ୍ୟବ୍ୟକ୍ତା ଭାବେ ସୁନୀଲ ମହତୋ, ସଭାପତି କୁଡ଼ମାଲି ବିକାଶ ପରିଷଦ, ପଶ୍ଚିମବଙ୍ଗ, ଶୁଭେନ୍ଦୁ ମହତୋ, ସାଧାରଣ ସମ୍ପାଦକ, ପୂର୍ବାଞ୍ଚଳ ଆଦିବାସୀ କୁଡୁମି ସମାଜ, ଅତିଥି ଭାବେ ବିଷ୍ଣୁ ଚରଣ ମହାନ୍ତ, ରାଉରକେଲା, ବିରଞ୍ଚି ମହାନ୍ତ, ଚିତ୍ରୋଡ଼ା, ମୟୁରଭଞ୍ଜ, ଯୁଗଳ କିଶୋର ମହାନ୍ତ, ସଭାପତି, କୁଡୁମି ସମାଜ, ଢେଙ୍କାନାଳ, ହରେକୃଷ୍ଣ ମହାନ୍ତ, ଅବସର ପ୍ରାପ୍ତ ଅଧ୍ୟକ୍ଷ, ଯଶିପୁର ମହାବିଦ୍ୟାଳୟ,ଗଗନ ମହାନ୍ତ, ସୁନ୍ଦରଗଡ଼, ଦୁର୍ଯ୍ୟୋଧନ ମହାନ୍ତ, ଦେବଗଡ଼, ସଭାପତି, କୁଡ଼ମାଲି ଝୁମର ଆଖଳା, ଲକ୍ଷ୍ମୀଧର ମହାନ୍ତ, ତରଣୀସେନ ମହାନ୍ତ, ତ୍ରିଲୋଚନ ମହାନ୍ତ, ଭୀମସେନ ମହାନ୍ତ, ଖଗେଶ୍ୱର ମହାନ୍ତ ପ୍ରମୁଖ ଯୋଗଦେଇ କୁଡ଼ମାଲି ଭାଷା ଓ ସଂସ୍କୃତିର ସୁରକ୍ଷା ଓ ବିକାଶ ଉପରେ ତାଙ୍କର ବ୍ୟକ୍ତବ୍ୟ ରଖିଥିଲେ ।
ଅତିଥି ମାନେ ଦେଶ ପ୍ରଧାନ ପାଞ୍ଚ ପିଢ ଯତିଶ ଚନ୍ଦ୍ର ମହାନ୍ତ,ଦେଶ ପ୍ରଧାନ,ପ୍ରଧାନ ଓ କୁଡୁମି ଦେହୁରୀ ମାନଙ୍କୁ ସମ୍ମାନିତ କରିଥିଲେ। ଗଣମାଧ୍ୟମ ର ପ୍ରତିନିଧି ସାମ୍ବାଦିକ ନିରଞ୍ଜନ ମହାନ୍ତ ଏବଂ ବିପିନ ବିହାରୀ ମହାନ୍ତ ଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଥିଲା। କୁଡ଼ମାଲି ଭାଷା ଓ ସଂସ୍କୃତି ର ସଙ୍କଟମୟ ପରିସ୍ଥିତି ରେ ଭାଷା,ସଂସ୍କୃତି ଓ ପରମ୍ପରା ର ସୁରକ୍ଷା,ପ୍ରଚାର ଓ ପ୍ରସାର ପାଇଁ ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଅତିଥି ମାନେ ଐତିହାସିକ ଦେଶ କରମ୍ ପରବ, ଓଡ଼ିଶାର କମିଟିର କାର୍ଯ୍ୟକର୍ତ୍ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସୌରୀଦତ୍ତ ମହାନ୍ତ, ବାରିପଦା, ଝୁମର ରାଣୀ ବିନ୍ଦୁରାଣୀ ମହାନ୍ତ,ବାରିପଦା, ଝାଡ଼ଗ୍ରାମ କରମ୍ ଝୁମର ଦଳ ତରଫରୁ ତାପତି ମହତୋ, ସମୀର ମହତୋ ଆଦି ଝୁମର କଣ୍ଠଶିଳ୍ପୀ ପାରମ୍ପରିକ କୁଡ଼ମାଲି କରମ୍ ଗୀତ ଗାନ କରି ଉପସ୍ଥିତ ସଂସ୍କୃତି ପ୍ରେମୀ କୁଡୁମିଙ୍କୁ ମତୁଆଲା କରି ପକାଇଥିଲେ । ସମସ୍ତ ଗଣମାଧ୍ୟମ ର ପ୍ରତିନିଧିମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ର ନିରନ୍ତର ଖବର ପ୍ରସାରଣ କରୁଥିବାରୁ ମିଡିଆସେଲ ପ୍ରମୁଖ ଜଗବନ୍ଧୁ ମହାନ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କୁଡ଼ମାଲି ସଂସ୍କୃତି ବିଶାରଦ ଶଶଧର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଶାନ୍ତି ଶୃଙ୍ଖଳା ର ସହିତ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମ ହେଉଥିବାରୁ ଡ୍ରାଭଭର ମହାସଙ୍ଘ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଂସ୍କୃତି ପ୍ରେମୀ ଦର୍ଶକଙ୍କୁ କମିଟି ର ସମ୍ପାଦକ ହୃଷିକେଶ ମହାନ୍ତ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଆସନ୍ତା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଏପରି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Comments are closed.