ପିପିଲି ଟୋଲ ଗେଟ ସମ୍ମୁଖରେ ଗଣ ବିକ୍ଷୋଭ

ପିପିଲି : କୃଷକ ଓ ଖାଉଟି ବିରୋଧୀ କଳା ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାକୁ ସମର୍ଥନ କରିଛନ୍ତି। ଏଥିରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା, ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇଏମଏଲ,ଆଇଏନଟିସି, ,ଆଇଏନଟିୟୁସି,ସିଆଇଟୟୁ,ଏଆଇଟିୟୁସି,ଏଆଇଏଫବି, ନବନିର୍ମାଣ କୃଷକ ମହାସଂଘ, ଅଖିଳ ଭାରତୀୟ କ୍ରାନ୍ତିକାରୀ ମହିଳା ମହାସଂଘ, ଟିୟୁସିଆଇ,ସିପିଆଇ-ଏମଏଲ ରେଡ ଷ୍ଟାର ବସ୍ତି ସୁରକ୍ଷା ମଂଚ, ଘରୋଇ ମହିଳା ସଂଗଠନ ସମେତ ଅନେକ୍ ଗୁଡିଏ ସଂଗଠନ ପକ୍ଷରୁ ଆଜି ପୂର୍ବାହ୍ନ ୧୦ଟା ଠାରୁ ପିପିଲି ଟୋଲ ଗେଟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ବିକ୍ଷୋଭକାରୀ ମାନେ ଟୋଲ ପ୍ଲାଜା କୁ ଅଚଳ କରିଦେଇଥିଲେ। ଫଳରେ ଗାଡି ମୋଟର ବିନା ଶୁଳ୍କ ରେ ଯାତାୟତ କରୁଥିବା ସୂଚନା ମିଳିଛି । ଆଇନ୍ ସୁରକ୍ଷା ପରିସ୍ଥିତି ଦୃଷ୍ଟିରୁ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Comments are closed.