ପିପିଲି:୬ଟି ବାଲିଘାଟ ନିଲାମ ପ୍ରକ୍ରିୟାର ଟେଣ୍ଡର ପାଇଁ ମେଡିକାଲ ଛକ ଠାରୁ ସବ୍‍ଟ୍ରେଜେରୀ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ପିପିଲି :ପିପିଲି ମେଡିକାଲ ଛକ ଠାରୁ ସବ୍‍-ଟ୍ରେଜେରୀ ଅଫିସ୍‍ ଛକ ପର୍ଯ୍ୟନ୍ତ ଶୁକ୍ରବାର ପୂର୍ବାହ୍ନ ୯ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ପିପିଲି ତହସିଲ ଅନ୍ତର୍ଗତ ୬ଟି ବାଲିଘାଟ ନିଲାମ ପ୍ରକ୍ରିୟାର ଟେଣ୍ଡର ଶୁକ୍ରବାର ଖୋଲାଯିବାକୁ ଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସହ ସରକାରଙ୍କ କୋଭିଡ୍‍-୧୯ ଗାଇଡ୍‍ଲାଇନ ଉଲଂଘନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ପିପିଲି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ସପନ କୁମାର ନନ୍ଦ ଆଜି ସନ୍ଧ୍ୟାରେ ଏହି ୧୪୪ଧାରା ଜାରି କରିଛନ୍ତି । ଉକ୍ତ ଅଞ୍ଚଳ ମଧ୍ୟରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ବେଳେ କେବଳ ଟେଣ୍ଡର ଆବେଦନକାରୀ କିମ୍ବା ତାଙ୍କର କ୍ଷମତାପ୍ରାପ୍ତ ବ୍ୟକ୍ତି ତହସିଲ କାର୍ଯ୍ୟାଳୟକୁ ଯାଇ ଟେଣ୍ଡର ଖୋଲା ପ୍ରକ୍ରୀୟାରେ ଅଂଶଗ୍ରହଣ କରିପାରିବେ ବୋଲି ତହସିଲଦାର ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି ।

Comments are closed.