ଉପନିର୍ବାଚନ ପାଇଁ ଗାଡିମୋଟର ଯାଞ୍ଚ କଡାକଡି

ପିପିଲି:ଆସନ୍ତା ଅପ୍ରେଲ ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ଗାଡିମୋଟର ଯାଞ୍ଚକୁ ଅଧିକ କଡାକଡି କରାଯାଇଛି। ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ, ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‍ ଓ ଷ୍ଟାଟିଷ୍ଟିକ୍‍ ସର୍ଭିଲାନ୍ସ ଟିମ୍‍ ମିଳିତ ଭାବେ ପିପିଲି ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତାରେ ଯାଉଥିବା ଗାଡିମୋଟରକୁ ଯାଞ୍ଚ ଚଳାଇଛନ୍ତି। ବାଇକ୍‍, ସ୍କୁଟର, କାର, ଜିପ ସମେତ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ଗାଡିର ଡିକି ଆଦିକୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।

Comments are closed.