ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

ପିପିଲି : ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ନେହ ଓ ସୁରକ୍ଷାର ପର୍ବ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପିପିଲି ଥାନାର ଆଇଆଇସି ଅଭିମନ୍ୟୁ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ଷା ବନ୍ଧନ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ, ମମତା ଓ ସୁରକ୍ଷାର ପ୍ରତୀକ ବୋଲି ପ୍ରକାଶ କରିଥିଲେ। ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷାରେ ବିଦ୍ୟାମନ୍ଦିରର ଶତପ୍ରତିଶତ ସଫଳତା ପାଇଁ ସେ ସାଧୁବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ବିକ୍ରମ କେଶରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ନେତ୍ରାନନ୍ଦ ଜେନା, ପରିଚାଳନା ସମିତିର ସଂପାଦକ ଆଡଭୋକେଟ ରମାକାନ୍ତ ସାହୁ, ସହସଂପାଦକ ରମାକାନ୍ତ ନାୟକ, ଅତିଥି ଆଚାର୍ଯ୍ୟ ରଘୁନାଥ ଜେନା, ବରିଷ୍ଠା ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଜେମା ଓ ଲକ୍ଷ୍ମୀପ୍ରୀୟା ବେହେରା ପ୍ରମୁଖ ଯୋଗଦେଇ ରକ୍ଷା ବନ୍ଧନ ଉତ୍ସବର ମହତ୍ତ୍ୱ ଓ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ପରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତଙ୍କ ହାତରେ ରକ୍ଷାବନ୍ଧନ କରିବା ସହ ମିଷ୍ଠାନ୍ନ ଖାଇଥିଲେ। ଏଥିସହ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ବିଦ୍ୟାମନ୍ଦିରରେ ଆଜାଦୀ କା ଅମୃତ ମହୋତ୍ସବର ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ତଥା ପିପିଲି ଥାନାର ଆଇଆଇସି ଶ୍ରୀନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।

Comments are closed.