ବିଦ୍ୟୁତ୍‍ କାର୍ଯ୍ୟାଳୟ ସମ୍ମୁଖରେ କୁକୁଡା ଚାଷୀଙ୍କ ଧାରଣା

ପିପିଲି : ପିପିଲି ଅଞ୍ଚଳର ସମସ୍ତ କୁକୁଡା ଚାଷୀଙ୍କୁ ମାଗଣା ବିଦ୍ୟୁତ୍‍ ଯୋଗାଣ ଦାବିରେ ପିଏଫ୍‍ଡିଏଫ୍‍ କୁକୁଡା ଚାଷୀ ସଂଘ ପକ୍ଷରୁ ଶୁକ୍ରବାର ପିପିଲି ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟର ମୁଖ୍ୟଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। କୃଷକନେତା ଅଶୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ କୁକୁଡା ଚାଷୀମାନେ ଧାରଣାରେ ବସିବା ସହ ଟାଟା ପାୱାର କଂପାନୀର ଗରୀବମାରଣ ନୀତିକୁ କଡା ସମାଲୋଚନା କରିବା ସହ ସମସ୍ତ କୁକୁଡା ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ପାଇଁ ଦାବି କରିଥିଲେ। ଏ ସଂପର୍କିତ ଏକ ଦାବିପତ୍ରକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

Comments are closed.