ସାମ୍ବାଦିକ ସୁକାନ୍ତ ବେହେରାଙ୍କ କରୋନାରେ ପରଲୋକ

ପିପିଲି: ମହାମାରୀ କରୋନାରେ ପିପିଲି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ସୁକାନ୍ତ ବେହେରା(ସୁକା) ଙ୍କର ୪୮ବର୍ଷ ବୟସରେ ପରଲୋକ ଘଟିଛି। ସେ କରୋନା ସଂକ୍ରମିତ ହେବା ପରେ ଗତ ୧୬ ତାରିଖରେ ପ୍ରଥମେ କ୍ୟାପିଟାଲ୍‍ ହସ୍‍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବା ପରେ ତାଙ୍କୁ ସ୍ୱତନ୍ତ୍ର ଯତ୍ନ କୋଠରୀରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଗୁରୁବାର ଭୋର ସମୟରେ ସେଠାରେ ତାଙ୍କର ପରଲୋକ ଘଟିଥିବା ବେଳେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ତାଙ୍କ ଶେଷ ଦର୍ଶନ ପାଇଁ ପିପିଲି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ସେ ଏକ ୱେବ୍‍ ନିଉଜ ଚ୍ୟାନେଲ୍‍ରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ସ୍ନେହୀ ଓ ଅତ୍ୟନ୍ତ ମେଳାପି ପ୍ରକୃତିର ବ୍ୟକ୍ତି ହୋଇଥିବା ବେଳେ ପିପିଲି ଅଞ୍ଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ। ତାଙ୍କ ପରଲୋକରେ ପିପିଲି ସମେତ ପୁରୀ ଜିଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।
ଗୁରୁବାର ଅପରାହ୍ନରେ ସ୍ଥାନୀୟ ସଙ୍କଟମୋଚନ ଶ୍ରୀହନୁମାନଙ୍କ ମନ୍ଦିର ଠାରେ ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ଦୁର୍ଗାମାଧବ ମିଶ୍ର, ଚନ୍ଦ୍ରମାଧବ ମିଶ୍ର, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଦିବାକର ଷଡଙ୍ଗୀ, ବିଭୂତି ମହାପାତ୍ର, ବିଜୟ କୁମାର ମହାପାତ୍ର, ପ୍ରଶାନ୍ତ ଦିକ୍ଷୀତ, ମନୋରଞ୍ଜନ ମହାପାତ୍ର, ଗଦାଧର ପରିଡା, ବିଚିତ୍ର ଭୂଷଣ ମହାପାତ୍ର, ପ୍ରଫୁଲ୍ଲ ସାହୁ, ହେମନ୍ତ ସେଠୀ, ଦିବାକର ପ୍ରଧାନ, ପ୍ରଭାତ କୁମାର ମହାପାତ୍ର, ଦୁର୍ଗାମାଧବ ପରିଡା, ପ୍ରଶାନ୍ତ ଦାସ, ନୃସିଂହ ସିଂ, ପ୍ରଦୀପ କୁମାର ସାହୁ, ଦେବୀ ପ୍ରସାଦ ମଲ୍ଲିକ, ଶ୍ରୀଧର ଆଚାର୍ଯ୍ୟ, ମାନସ ଦାସ, ଜୀବନ ରାଉତରାୟ, ରାଜପ୍ରସାଦ ଦାସ, ପବିତ୍ର ପ୍ରଧାନ, ବାପୁ ବେହେରା ପ୍ରମୁଖ ସାମ୍ବାଦିକମାନେ ଯୋଗଦେଇ ସ୍ୱର୍ଗତ ସୁକାନ୍ତଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ।

Comments are closed.