ବାଉଁଶବଣରେ ଅଗ୍ନିକାଣ୍ଡ

ପିପିଲି: ପିପିଲି ଥାନା କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ପାତ୍ରସାହି ଠାରେ ଥିବା ୫ଏକରରୁ ଉର୍ଦ୍ଧ ଅଞ୍ଚଳ ପରିମିତ ଏକ ବାଉଁଶବଣରେ ମଙ୍ଗଳବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବାଉଁଶ ଜଳି ଯାଇଥିବା ସୂଚନା ମିଳିଛି।
କୌଣସି କାରଣରୁ ଉକ୍ତ ବାଉଁଶବଣରେ ନିଆଁ ଲାଗିଯାଇଥିବା ବେଳେ ବାଉଁଶଗଛ ଗୁଡିକ ହୁତୁହୁତୁ ହୋଇ ଜଳିଥିଲା। ଏହି ବଣରେ ଗ୍ରାମବାସୀଙ୍କ ଶହ ଶହ ସଂଖ୍ୟ।।ରେ ବାଉଁଶ ବୁଦା ରହିଥିବା ବେଳେ ଶୁଖିଲା ପତ୍ର ଯୋଗୁଁ ଆଖି ପିଛୁଳାକେ ନିଆଁ ପ୍ରାୟ ୫ଏକର ପରିମିତ ବାଉଁଶବଣକୁ ବ୍ୟାପିଯାଇଥିଲା। ୪୦ରୁ ୫୦ଫୁଟ୍‍ ଉଚ୍ଚତାକୁ ଉଠୁଥିବା ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏହା ପ୍ରାୟ ୩କିଲୋମିଟର ଦୂର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ଧୂଆଁମୟ କରି ଦେଇଥିଲା। ଖବରପାଇ ପିପିଲିରୁ ୨ଟି ଦମକଳ ସହ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟଲୋକଙ୍କ ସହଯୋଗରେ ଦୀର୍ଘ ୨ଘଣ୍ଟାକାଳ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା।

Comments are closed.