ନଦୀରେ ଭାସିଯାଇ ଯୁବକ ନିଖୋଜ

ପିପିଲି : ପୁରୀ ଜିଲା ପିପିଲି ବ୍ଲକ ଅନ୍ତର୍ଗତ କାକୁଡ଼ିଆ ଗ୍ରାମର ଜଣେ ଯୁବକ ଦୟା ନଦୀରେ ଭାସିଯାଇଥିବା ରବିବାର ଅଭିଯୋଗ ହୋଇଛି। ନିଖୋଜ ଯୁବକ ଜଣଙ୍କ ହେଲେ କ୍ଷତିଶ କୁମାର ଦାଶ ଓରଫ ଗାଣ୍ଡୁ (୩୭) । ସୂଚନା ଯୋଗ୍ୟ, ଶନିବାର ସନ୍ଧ୍ୟାରେ କାକୁଡ଼ିଆ ଦୟାନଦୀର ଏକ ନଦୀ ତୁଠରେ କ୍ଷତିଶ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ପିପିଲିରୁ ଦମକଳ କର୍ମଚାରୀ ମାନେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଅଦ୍ୟାବଧି ଉକ୍ତ ଯୁବକଙ୍କର କୌଣସି ପତା ମିଲିନାହିଁ । ଉକ୍ତ ନଦୀ ବନ୍ଧରେ ତାଙ୍କର ବାଇକ ଓ ଗାଧୋଉଥିବା ନଦୀ ତୁଠରେ ତାଙ୍କର ଦୁଇଟି ଗାମୁଛା ପଡିଥିବା ସ୍ଥାନୀୟ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ ।

Comments are closed.