ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ପିପିଲି: ନିମାପଡା ନିର୍ବାଚନ ମଣ୍ଡଳୀର ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆନ୍ଦୋଳନ ତେଜୁଥିବା ବେଳେ ଗୁରୁବାର ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ । ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ପୁରୀ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ପିପିଲି ଏନ୍‍ଏସି କଂଗ୍ରେସ କମିଟି ସଭାପତି ସେକ୍‍ ମେହେବୁବଙ୍କ ସମେତ କଂଗ୍ରେସ କର୍ମୀମାନେ ଗୁରୁବାର ଅପରାହ୍ଣରେ ପିପିଲି ବଜାରରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ପରେ ନଗର କଂଗ୍ରେସ କାର୍ଯ୍ୟାଳୟ ଠାରେ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ଦାହ କରିଥିଲେ । ଏହି ଘଟଣାରେ ଏକ ଅଡିଓ ଭାଇରାଲ ହୋଇଥିବା ବେଳେ ମାମଲାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଶ୍ରୀମିଶ୍ର ଦାବି କରିଥିଲେ ।

Comments are closed.