ଭାର୍ଗବୀ ନଦୀରୁ ୧୧ ଶ୍ରମିକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ପିପିଲି: ପିପିଲି ଦେଇ ପ୍ରବାହିତ ଭାର୍ଗବୀ ନଦୀରେ ବେଳକୁ ବେଳ ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ ନଦୀ ମଧ୍ୟରେ ଫସି ରହିଥିବା ୧୧ଜଣ ଶ୍ରମିକଙ୍କୁ ମଙ୍ଗଳବାର ଅପରାହ୍ଣରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉତ୍ତରାବଜାର ନିକଟବର୍ତ୍ତୀ ପୁବାଶାସନ ଓ ପାଟଳିକୁଦା ମଧ୍ୟରେ ଭାର୍ଗବୀ ନଦୀ ପଠାରେ ଥିବା ଏକ ସିମେଣ୍ଟ ଇଟା କାରଖାନା ମଧ୍ୟରେ ବନ୍ୟାଜଳରେ ୧୧ଜଣ ଶ୍ରମିକ ଫସି ରହିଥିଲେ । ନଦୀ ପଠାରେ ୫ଫୁଟ୍‍ ଉଚ୍ଚତାରେ ପ୍ରଖର ବେଗରେ ବନ୍ୟାଜଳ ପ୍ରବାହିତ ହେଉଥିବା କାରଣରୁ ସେମାନେ ନଦୀକୂଳକୁ ଆସି ପାରିନଥିଲେ । ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ରବର ବୋଟ୍‍ ଦ୍ୱାରା ପ୍ରଖର ବନ୍ୟାସ୍ରୋତରେ ନଦୀ ମଧ୍ୟରୁ ଉକ୍ତ ୧୧ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପିପିଲି ବିଡିଓ ରଶ୍ମିତା ନାଥ ଉପସ୍ଥିତ ଥିଲେ ।

Comments are closed.