ବନ୍ୟା ସ୍ଥିତିର ସମୀକ୍ଷା କଲେ ବିଧାୟକ ରୁଦ୍ରପ୍ରତାପ ମହାରଥୀ

ପିପିଲି:  ଆଜି ପୂର୍ବାହ୍ନରେ ପିପିଲି ବ୍ଲକ ଅନ୍ତର୍ଗତ ସରସ୍ବତୀପୁର ପଞ୍ଚାୟତର ଦକ୍ଷିଣସାହି, ଘଣ୍ଟସୁକଳ, ରଥପୁରୁଷୋତ୍ତମପୁର ପଞ୍ଚାୟତର ରଥପୁରୁଷୋତ୍ତମପୁର ଖଇରକୁଣ୍ଡ, ରୂପଦେଇପୁର ପଞ୍ଚାୟତର ରୂପଦେଇପୁର ଓ ମୌଜିବେଗ ଠାରେ ଭାର୍ଗବୀ ନଦୀ ବନ୍ଧ ପରିଦର୍ଶନ ସହ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ଏହି ଅବସରରେ ଦୁର୍ବଳ ତଥା ବିପଦ ସଂକୁଳନ ସ୍ଥାନର ମରାମତି ଓ ବନ୍ୟା ସଙ୍କଟ ଏଡାଇବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ବିଧାୟକ ଆଲୋଚନା କରିଥିଲେ । ବିଗତ ବର୍ଷ ମାନଙ୍କର ଅନୁଭୂତି ଓ ଅଭିଜ୍ଞତା ଆଧାରରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବନ୍ୟା ପରିସ୍ଥିତିର ମୁକାବିଲା କରିବା ସହ ସମସ୍ତ ସରକାରୀ ଅଧିକାରୀ, ଲୋକ ପ୍ରତିନିଧିମାନେ ସଜାଗ ରହିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି  । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହାସହ ନଦୀକୁଳିଆ ଗ୍ରାମବାସୀମାନେ ଭୟଭୀତ ନହୋଇ ସତର୍କ ରହିବା ପାଇଁ ସେ ନିବେଦନ କରିଛନ୍ତି । ବିଧାୟକଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ଉପସ୍ଥିତ ରହିଥିଲେ  ।

Comments are closed.