ଅଗ୍ନିକାଣ୍ଡରେ ଜଳିଗଲା କବାଡିଆ ଗୋଦାମରେ ଥିବା ଆମ୍ବୁଲାନ୍ସ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଥିବା ଏକ କବାଡିଆ ଗୋଦାମ ଠାରେ ଶନିବାର ଅଗ୍ନିକାଣ୍ଡ ଘଟି ୪ଟି ଅକାମି ଆମ୍ବୁଲାନ୍ସ ଗାଡି ଜଳିଯାଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଅଚଳ ହୋଇ ପଡିରହିବା ପରେ କେତେକ ୧୦୮ ଆମ୍ବୁଲାନ୍ସକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରାପ୍‍ ଆକାରରେ ନିଲାମ କରାଯାଇଥିବା ବେଳେ ସେମଧ୍ୟରୁ ୧୪ଟି ଗାଡିକୁ ପିପିଲିର ଏହି କବାଡିଆ ମାଲିକ କିଣିଥିଲେ। ରାଜପଥ କଡରେ ରଖାଯାଇଥିବା ଏହି ଗାଡି ଗୁଡିକୁ ଶନିବାର ପୂର୍ବାହ୍ନରେ ଯନ୍ତ୍ର ଦ୍ୱାରା କଟା ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟି ୪ଟି ଗାଡି ଜଳି ଯାଇଥିଲା। ଖବର ପାଇ ପିପିଲି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ୍ତ କରିଥିଲେ।

Comments are closed.