ଚୋରା ଦେଶୀ ମଦ ଓ ଭାଙ୍ଗ ଜବତ, ୪ଗିରଫ

ପିପିଲି: ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଚୋରା ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଏହାକୁ ରୋକିବା ପାଇଁ ଉଭୟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ଶୁକ୍ରବାର ପିପିଲି ଟୋଲ୍‍ଗେଟ୍‍ ନିକଟରେ ଚଢାଉ କରି ୩୫ଲିଟର ଦେଶୀ ମଦ ଓ ୨କିଲୋ ଭାଙ୍ଗ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ନିୟମିତ ଚୋରାରେ ଏହି ନିଶାଦ୍ରବ୍ୟ ପିପିଲି ଅଞ୍ଚଳକୁ ଆସୁଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ସଂଗ୍ରହ କରି ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ଟିମ ଶୁକ୍ରବାର ସକାଳେ ପିପିଲି ଟୋଲ୍‍ଗେଟ୍‍ ଠାରେ ଜଗି ରହିଥିଲେ।

୨ଟି ବାଇକରେ ଆସୁଥିବା ୪ଜଣଙ୍କୁ ଅବକାରୀ ସ୍ପେଶାଲ ସ୍କ୍ୱାର୍ଡ ଟିମ୍‍ ଅଟକାଇବା ସହ ସେମାନଙ୍କ ଠାରୁ ୩୫ଲିଟର ଦେଶୀ ଆସ୍କା ୪୦ ମଦ ଓ ୨କେଜି ଭାଙ୍ଗ ଜବତ କରିଥିଲେ। ସେମାନଙ୍କ ଠାରୁ ୨ଟି ବାଇକ୍‍କୁ ଜବତ କରାଯାଇଥିବା ବେଳେ ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Comments are closed.