ପିପିଲି ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ମୁଁ ନିଜ ପରିବାର ବୋଲି ଭାବେ; ସମସ୍ତଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶୀବାଦକୁ ପାଥେୟ କରି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସର୍ବଦା ଉଦ୍ୟମ ଜାରି ରଖିବି:ରୁଦ୍ରପ୍ରତାପ

ପିପିଲି ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ପିପିଲି:ପିପିଲି ବ୍ଲକ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ କୋଭିଡ୍‍ ଗାଇଡ୍‍ଲାଇନ ଅନୁପାଳନ ପୂର୍ବକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପଞ୍ଚାୟତର ମହିଳା ବିଜେଡି କର୍ମକର୍ତ୍ତାମାନେ ଯୋଗଦେଇ ମହିଳାଙ୍କ ବିକାଶ ପାଇଁ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ପିପିଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ସଂପର୍କରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ମହିଳା ବିକାଶ ଯୋଜନା ସଂପର୍କରେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ପିପିଲି ଉପନିର୍ବାଚନର ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ନିର୍ବାଚନମଣ୍ଡଳୀର ମହିଳାଙ୍କ କଲ୍ୟାଣ ଦିଗରେ ନିଜ ବାପାଙ୍କ ପରି ସର୍ବଦା କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ। ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ମୁଁ ନିଜ ପରିବାର ବୋଲି ଭାବେ ଏବଂ ସମସ୍ତଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶୀବାଦକୁ ପାଥେୟ କରି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସର୍ବଦା ଉଦ୍ୟମ ଜାରି ରଖିବି ବୋଲି ରୁଦ୍ରପ୍ରତାପ ପ୍ରକାଶ କରିଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲା ମହିଳା ବିଜେଡି ସଭାନେତ୍ରୀ ଶାନ୍ତିଲତା ପ୍ରଧାନ, ନିର୍ବାଚନମଣ୍ଡଳୀର ମହିଳା ପର୍ଯ୍ୟବେକ୍ଷିକା ସନ୍ଧ୍ୟାରାଣୀ ବିଶ୍ୱାଳ, ଡେଲାଙ୍ଗ ବ୍ଳକ ମହିଳା ବିଜେଡିର ସଭାନେତ୍ରୀ ବାସନ୍ତୀ ସାହୁ, ପିପିଲି ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ନାରୀନେତ୍ରୀ ଉମାମଣୀ ରଥ, ନିରୁପମା ମହାପାତ୍ର, ମମତା ମଲ୍ଲିକ, ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପିପିଲି ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, କଣ୍ଟି ସରପଞ୍ଚ ପ୍ରକାଶ କୁମାର ଧଳ, ଯୁବସଂଗଠକ ଲିଙ୍କନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ମହିଳା ବିକାଶ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ନାରୀନେତ୍ରୀ ଝୁନାମଣୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.