ବିଦ୍ୟୁତ୍‍ ସୁରକ୍ଷା ଓ ସଚେତନତା ସପ୍ତାହ ପାଳିତ

ପିପିଲି : ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ପକ୍ଷରୁ ବିଦ୍ୟୁତ୍‍ ସୁରକ୍ଷା ଓ ସଚେତନତା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ପିପିଲି ନୋଡାଲ ହାଇସ୍କୁଲ ଠାରେ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟାଟା ପାୱାରର ନିମାପଡା ଇଲେକ୍ଟ୍ରିକାଲ ଡିଭିଜନ ଟିମ୍‍ ଲିଡ୍‍ ପ୍ରୋଜେକ୍ଟ ଯନ୍ତ୍ରୀ ଜିତେନ କୁମାର ମିଶ୍ର, ସାନ୍ତନୁ ନାଥ, ଅନ୍ତର୍ଯ୍ୟାମୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଦ୍ୟୁତ୍‍ ବ୍ୟବହାର କରିବା ସମୟରେ ବିଦ୍ୟୁତ୍‍ ଦୁର୍ଘଟଣାକୁ ଏଡାଇବା ପାଇଁ କିପରି ସାବଧାନତା ଅବଲମ୍ବନ କରିବାକୁ ପଡିବ ସେ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ଶିକ୍ଷା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟୁତ୍‍ ସୁରକ୍ଷା ଓ ସଚେତନତା ସଂପର୍କିତ କୁଇଜ୍‍ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା । ଏଥିସହ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି ଓ ବରିଷ୍ଠ ସହକାରୀ ଶିକ୍ଷକ ସତ୍ୟାନନ୍ଦ ଦାଶ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Comments are closed.