ପିପିଲି ଉପନିର୍ବାଚନ ପ୍ରସ୍ତୁତି ନେଇ ପୁରୀ ଏସପିଙ୍କ ସମୀକ୍ଷା

ପିପିଲି : ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ପିପିଲି ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଅବାଧ ଓ ନିରପେକ୍ଷ ତଥା ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷ୍ୟରୁ ଉଦ୍ୟମ କରାଯାଉଥିବା ବେଳେ ଏହି ଉପନିର୍ବାଚନ ପ୍ରସ୍ତୁତି ନେଇ ପୁରୀ ଏସପି ଡକ୍ଟର କନୱର ବିଶାଳ ସିଂ ସୋମବାର ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ଏସପି ଡକ୍ଟର ସିଂ ଆଜି ସନ୍ଧ୍ୟାରେ ପିପିଲି ଥାନାକୁ ଗସ୍ତରେ ଆସି ଆଗାମୀ ଉପନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ପୁଲିସ୍ ଦ୍ବାରା ରୁଜୁ କରାଯାଇଥିବା ଅବକାରୀ ମୋକଦ୍ଦମା, କାର୍ୟ୍ୟକାରି କରାଯାଇଥିବା ଜାମିନ୍ ବିହୀନ ଗିରଫ୍ ପରୱାନା ସହ ୧୦୭ ଓ ୧୧୦ ସି.ଆର.ପି.ସି ମୋକଦ୍ଦମା ସମ୍ପର୍କରେ ଉପସ୍ଥିତ ପୁଲିସ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ଏହାସହିତ ଉପନିର୍ବାଚନ ସ୍ଥଗିତ ସମୟରେ ଥାନାରେ ପଞ୍ଜୀକୃତ ହୋଇଥିବା ସମସ୍ତ ଧର୍ତ୍ତବ୍ୟ ଅପରାଧ ସମ୍ପର୍କରେ ସମୀକ୍ଷା କରିଥିଲେ । ଆଗାମୀ ଉପନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସୀମାନ୍ତ ଚେକପୋଷ୍ଟ ଠାରେ ପୁଲିସ ଯାଂଚ ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ସହ ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ନିର୍ଦ୍ଦେଶ ଦେଇଥିଲେ କ୍ଷ
ଜାମିନ୍ ବିହୀନ ଗିରଫ୍ ପରୱାନା ଥିବା ଅପରାଧୀଙ୍କୁ ଗିରଫ୍ କରିବା ସହ ଅବକାରୀ ମାଫିଆଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉପନିର୍ବାଚନ ସମୟରେ ନିର୍ବାଚନମଣ୍ଡଳୀର ସମସ୍ତ ମତଦାନ କେନ୍ଦ୍ରର ସ୍ରୁକ୍ଷା ସହ ନିର୍ବାଚନୀ ଶୋଭାଯାତ୍ରା ଓ ସଭା ନିୟନ୍ତ୍ରଣ କରିବା ଉପରେ ଏସପି ଗୁରୁତ୍ୱାରୋପ କରିବା ସହ ନିର୍ବାଚନ ସମ୍ବନ୍ଧୀୟ ପୁଲିସର ଭୂମିକା ଉପରେ ଆଲୋଚନା କରିଥିଲେ । ଏହି ସମୀକ୍ଷା ବୈଠକରେ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ ଙ୍କ ସମେତ ପିପିଲି, ଡେଲାଙ୍ଗ, ସତ୍ୟବାଦୀ, ବଳଙ୍ଗା ଥାନାର ଭାରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.