ହୃଦଘାତରେ ପିପିଲି ସିଡିପିଓ କଳ୍ପନା ଜେନାଙ୍କ ବିୟୋଗ

ପିପିଲି: ପିପିଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କଳ୍ପନା ଜେନାଙ୍କ ଅକାଳରେ ବିୟୋଗ ଘଟିଛି। ଶୁକ୍ରବାର କଳ୍ପନା ଜେନା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରୁବାକୁ ଆସିଥିବା ବେଳେ ଗାଡି ମଧ୍ୟରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ପିପିଲି ମେଡିକାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

Comments are closed.