ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ; ମେ’ ୧୩ ବଦଳରେ ୧୬ରେ ଭୋଟ୍‌ ଗ୍ରହଣ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ତାରିଖରେ ପୁଣିଥରେ ପରିବର୍ତ୍ତନ କରାଯାଇଛି। ମେ’ ୧୩ ପରିବର୍ତ୍ତେ ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍‌ ଗ୍ରହଣ। ୧୯ ତାରିଖରେ ହେବ ଭୋଟ ଗଣତି । ୧୩ ତାରିଖରେ ଇଦ୍-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

ମେ’ ୧୬ ତାରିଖରେ ଉପନିର୍ବାଚନ ହେବାକୁ ଥିବା ବେଳେ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ। ତେଣୁ ମେ’ ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରଚାର ବନ୍ଦ। ଭୋଟ୍ ଗ୍ରହଣ ସମୟରେ କୋଭିଡ ଗାଇଡଲାଇନ ମାନିବା ଉପରେ ଗୁରୁତ୍ୱ ଦିଆଯିବ। ମତଦାନ କେନ୍ଦ୍ରରେ ଭିଡ଼ ହେବ ନାହିଁ ଏବଂ ଭୋଟରମାନେ ହାତ ସାନିଟାଇଜ୍‌ କରିବାର ବ୍ୟବସ୍ଥା ରହିଛି। ଏହାସହିତ ଭୋଟରଙ୍କୁ ଗୋଟିଏ ଲେଖାଏଁ ଗ୍ଲୋଭ୍‌ସ ଦିଆଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

ଉ​ଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗରେ ନିର୍ବାଚନ ବାତିଲ ହେବା ପରେ ସାନି ବିଜ୍ଞପ୍ତିରେ ପ୍ରଥମେ ମେ’ ୧୩ରେ ନିର୍ବାଚନ ହେବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି।

Comments are closed.