ପିପିଲି ଉପନିର୍ବାଚନ ପାଇଁ ୧୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର: ୧୧୦-ପିପିଲି ଉପନିର୍ବାଚନ ପାଇଁ ୧୫ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଅତିରିକ୍ତ ଜିଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି। ସେମାନେ ହେଲେ ଆଶ୍ରିତ ପଟ୍ଟନାୟକ, ସମ୍ବିତ୍ ପଟ୍ଟନାୟକ, ସନ୍ତୋଷ କମାର ମହାପାତ୍ର, ଅଶୋକ ପ୍ରଧାନ, ସନ୍ତୋଷ କୁମାର ଦାସ, ରୁଦ୍ର ପ୍ରତାପ ମହାରଣୀ, ମହମ୍ମଦ ଇମାମ୍‌ ଉଦ୍ଦିନ୍‌, ଜୟପ୍ରକାଶ ସେଠୀ, ଅଜିତ୍‌ ମଙ୍ଗରାଜ, ଦୀପକ କୁମାର ଦାସ, ନଗେନ୍ଦ୍ର ନାଥ ମିଶ୍ର, ସ୍ବପ୍ନେଶ୍ବର ନାୟକ, ସୁଲୋଚନା ସାହୁ, ପ୍ରିୟ ରଞ୍ଜନ ମିଶ୍ର ଓ ପିଙ୍କଲିନ୍‌ ମହାନ୍ତି। ଆଜି ଅର୍ଥାତ୍‌ ତା ୩୧.୦୩.୨୦୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୦୩.୦୪.୨୦୨୧ାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି।

 

ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଅର୍ଥାତ୍‌ ୩୦.୦୩.୨୦୨୧ରେ ସର୍ବାଧିକ ୧୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପୂର୍ବରୁ ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଆସନ୍ତା ୧୭.୦୪.୨୦୨୧ରେ ପିପିଲି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠତ ହେବ ଏବଂ ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.