ପିପିଲି ଉପନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ

ପିପିଲି : ଆସନ୍ତା ଅପ୍ରେଲ ୧୭ ତାରିଖରେ ହେବାକୁ ଯାଉଥିବା ପିପିଲି ଉପନିର୍ବାଚନ ପାଇଁ ପିପିଲି ବ୍ଲକ ସମ୍ମିଳନୀ କକ୍ଷରେ ଉପନିର୍ବାଚନ ସଂପର୍କିତ ଚୁଡାନ୍ତ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ରଶ୍ମିତା ନାଥ ଏହି ବୈଠକରେ ନିର୍ବାଚନ ସ୍ଥିତିର ସମୀକ୍ଷା କରିଥିଲେ । ସମ୍ବେଦନଶୀଳ ବୁଥ୍‍, ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ବ୍ୟକ୍ତି ଓ କୋଭିଡ୍‍ ଆକ୍ରାନ୍ତ ଭୋଟରମାନେ ଘରେ ରହି ପୋଷ୍ଟାଲ ବାଲାଟ୍‍ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିବାର ବ୍ୟବସ୍ଥା ଅଦି ସଂପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏବିଡିଓ ଶୈଳବାଳା ତ୍ରିପାଠୀ, ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ନିଯୁକ୍ତ ଅଧିକାରୀ ତଥା ଗୋପ୍‍ ବ୍ଲକ ଏବିଡିଓ ଦୀପକ କୁମାର ଜେନା, ବ୍ଲକ ସିଇଓ ସୁରେନ୍ଦ୍ର କୁମାର ଦାଶ, ଜିପିଇଓ ଗାୟତ୍ରୀ ପଣ୍ଡା, ସେକ୍ଟର ଅଫିସର ହରିଶ୍ଚନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିବା ବେଳେ ୨୧ଜଣ ସେକ୍ଟର ଅଧିକାରୀ ଓ ୧୧ଜଣ ପୁଲିସ ସେକ୍ଟର ଅଧିକାରୀ ଯୋଗ ଦେଇଥିଲେ ।

Comments are closed.