ସିଫାରେ ନୂତନ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ପିପିଲି: କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା)ର ପ୍ରମୁଖ ବୈଜ୍ଞାନିକ ଡ଼ଃ ସରୋଜ କୁମାର ସ୍ୱାଇଁଙ୍କୁ ସିଫାର ନୂତନ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ନିଷ୍ପତ୍ତି କ୍ରମେ ସିଫାର ପୂର୍ବତନ ଭାରପ୍ରାପ୍ତ ନିର୍ଦ୍ଦେଶିକା ଡ଼ଃ ବିନ୍ଦୁ ଆର୍‍. ପିଲାଇଙ୍କ ଠାରୁ ନୂତନ ଭାରପ୍ରାପ୍ତ ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଏକ ନିରାଡମ୍ବର ପରିବେଶରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସିଫାର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ବୃନ୍ଦ ଡ଼ଃ ପିଲାଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ଡ଼ଃ ସ୍ୱାଇଁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Comments are closed.