ବାଇକ ଚୋର ଗିରଫ : ବାଇକ୍‍ ଜବତ

ପିପିଲି : ଗୁଡିଆପୋଖରୀ ବଜାରରୁ ଚୋରି ହୋଇଥିବା ଏକ ବାଇକ୍‍କୁ ମଙ୍ଗଳବାର ପୁଲିସ ଜବତ କରିବା ସହ ବାଇକ୍‍ ଚୋରକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତକୁ ପୁଲିସ ପିପିଲି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାଇ, ସିଉଳା ଗ୍ରାମର ବୃନ୍ଦାବନ ଖୁଣ୍ଟିଆ ନିଜର ଭାଇଙ୍କ ହିରୋ ସ୍ପେ୍ଲଣ୍ଡର ପ୍ଲସ ବାଇକ୍‍କୁ ନେଇ ଗତ ୧୪ ତାରିଖ ସଂନ୍ଧ୍ୟାରେ ଗୁଡିଆପୋଖରୀ ବଜାରକୁ ଯାଇଥିଲେ। ସେଠାରେ ଏକ ମାର୍କେଟ୍‍ କଂପ୍ଲେକ୍ସ ପାଖରେ ବାଇକ୍‍କୁ ରଖି ଅନ୍ୟ କାମରେ ବ୍ୟସ୍ତ ଥିବାବେଳେ ତାଙ୍କ ବାଇକ୍‍ଟି ଚୋରି ହୋଇଯାଇଥିଲା। ଏନେଇ ସେ ପିପିଲି ପୁଲିସରେ ଅଭିଯୋଗ କରିଥିଲେ। ଆଇଆଇସି ଶରତ କୁମାର ସାହୁଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍‍ଆଇ ଶେଷଦେବ ସୁବୁଦ୍ଧି ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍‍କୁ ଆଧାର କରି ଗତକାଲି ନିକଟବର୍ତ୍ତି ହରିଅନ୍ତାପାଟଣା ଗ୍ରାମରେ ଚଢାଉ କରି ସେଠାରୁ ଚୋରି ହୋଇଥିବା ବାଇକ୍‍କୁ ଜବତ କରିବା ସହ ବାଇକ୍‍ ଚୋର ଚିତ୍ତରଞ୍ଜନ ମଲ୍ଲିକ (୨୧)କୁ ଗିରଫ କରିବାରେ ସଫଳ ହୋଇଥିଲେ।

Comments are closed.