ଦମ୍ପତିଙ୍କୁ କରୋନା: ଗାଁ ସିଲ୍ କଲେ ଜିଲାପାଳ

ଗଜପତି ଜିଲା ମୋହନା ବ୍ଳକର ପିଣ୍ଡିକି ଗାଁକୁ ସିଲ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲାପାଳ । ଗାଁରୁ ଏକ ଦମ୍ପତି କରୋନା ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏହି ଗାଁକୁ ସପ୍ତାହକ ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଗାଁର ବିଭିନ୍ନ ରାସ୍ତାକୁ ବାଉଁଶ ବାଡ଼ ବାନ୍ଧି ସିଲ୍ କରାଯାଇଛି ।

ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତିଙ୍କ ବୟସ ୬୦ ଓ ତାଙ୍କ ପତ୍ନୀଙ୍କ ବୟସ ୫୦ ବର୍ଷ । ଉଭୟଙ୍କର ସ୍ବାବ୍ ନମୁନା ପାଇଁ ପଠାଯାଇଥିଲା ଏବଂ ଏହାପରେ ଉଭୟଙ୍କର ନମୁନା ପଜିଟିଭ୍ ଆସିଥିଲା । ଏହାପରେ ପିଣ୍ଡିକି ଗାଁକୁ ସପ୍ତାହକ ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଜିଲାପାଳ ଘୋଷଣା କରିଛନ୍ତି ।

Comments are closed.