ତକିଆ ସହ ଜଡିତ କିଛି ବିଶେଷ କଥା

ରାତିରେ ନିଦ ନହେବା, ବାରମ୍ବାର ନିଦ ଭାଙ୍ଗିବା, ସକାଳୁ ଉଠିବା ପରେ ସତେଜ ଅନୁଭବ ନହେବା, ମୁଣ୍ଡ, ବେକ ଓ କାନ୍ଧରେ କଷ୍ଟ ଅନୁଭବ ହେବା ଭଳି ସମସ୍ୟା କିଛି ଲୋକଙ୍କ ନିକଟରେ ଦେଖିବାକୁ ମିଳେ । ଯଦି ଏଭଳି ସମସ୍ୟା ଆପଣଙ୍କ ନିକଟରେ ଦେଖିବାକୁ ମିଳୁଛି, ତେବେ ପ୍ରଥମେ ତକିଆ ଯାଞ୍ଚ କରି ନିଅନ୍ତୁ।

କିଛି  ତକିଆ ନିଦ ନ ହେବାର ମୁଖ୍ୟ କାରଣ। ହେଲେ ୮୨ ପ୍ରତିଶତ ଲୋକଙ୍କୁ ଏବିଷୟରେ ଜଣାନଥାଏ। କେଉଁ ସମୟରେ ତକିଆ ବଦଳାଇବା ଉଚିତ୍ ଏହା ଜାଣିବା ନିହାତି ଆବଶ୍ୟକ।
ଯଦି ତକିଆରେ ଗଣ୍ଠି ହୋଇଛି, ଗୋଟିଏ ପଟ ଉଚ୍ଚା ଓ ଅନ୍ୟ ପଟ ନୀଚ୍ଚା ହୋଇ ରହୁଛି ତେବେ ତକିଆ ବଦଳାଇବା ନିହାତି ଆବଶ୍ୟକ। ପତଳା ଏବଂ ନରମ ତକିଆ ବ୍ୟବହାର କରିବା ଉଚିତ୍ ।

ତକିଆ କିଣିବା ପୂର୍ବରୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଯେପରି ଶୋଇବାର ମୁଦ୍ରା, ବେକ ଓ ମୁଣ୍ଡ ପାଇଁ ଆବଶ୍ୟକୀୟ ସାହାରା, ତକିଆ ମଧ୍ୟରେ ଥିବା ସାମଗ୍ରୀ ଏହି ୩ଟି ବିଷୟ ଉପରେ ଧ୍ୟାନ ଦେବା ଉଚିତ୍ ।

୨୪ରୁ ୩୬ ମାସ ମଧ୍ୟରେ ତକିଆ ପରିବର୍ତ୍ତନ କରିବା ଉଚିତ୍ । ବିଶେଷଜ୍ଞ ମତରେ ୪ରୁ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ତକିଆ ମୁଣ୍ଡ, ବେକ ଓ କାନ୍ଧ ପାଇଁ ଉତ୍ତମ ।

Comments are closed.