ପିକକ୍ ସଂଗଠନ ପକ୍ଷରୁ ରିଲିଫ ବଣ୍ଟନ

ପାଟଣା : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ପିକକ୍” ପକ୍ଷରୁ ଏଇଆଇଏନ ସହାୟତାରେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକର ୨୫ ଗୋଟି ଗ୍ରାମରେ କର୍ମସଂସ୍ଥାନ ଅଥବା ଜୀବନ ଜୀବିକା ପାଇଁ ଗ୍ରାମ ଛାଡି ଅନ୍ୟତ୍ର ଯାଇ ନିକଟରେ ଗ୍ରାମକୁ ଫେରିଥିବା ଶ୍ରମଜୀବି ପରିବାର, ଦିବ୍ୟାଙ୍ଗ, ଅସହାୟ ଏବଂ କୌଣସି କାରଣରୁ ସରକାରୀ ଯୋଜନାରୁ ବାଦ ପଡିଥିବା ୩୬୫ ଟି ପରିବାରଙ୍କୁ ରିଲିଫ ପ୍ରଦାନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ପରିବାରକୁ ଚାଉଳ, ଡାଲି, ତେଲ, ଚିନି , ଲୁଣ , ହଳଦୀ ଓ ସାବୁନ ପ୍ରଦାନ କରାଯାଇଛି । ଆଜି ପ୍ରଥମ ଦିନରେ ମୂଷାଖୋରୀ ପଂଚାୟତର ମଲ୍ଲିପଶି ଗ୍ରାମରେ ୫୦ ପରିବାରକୁ ପିକକ ରିଲିଫ କିଟ ପ୍ରଦାନ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ସରପଂଚ ଭାମାମଣି ଦାସ , ୱାର୍ଡ ମେମ୍ବର ଆର୍ତତ୍ରାଣ ବେଜଙ୍କ ଉପସ୍ଥିତିରେ “ପିକକ୍” ର ପ୍ରକଳ୍ପ ସଂଯୋଜକ ସତ୍ୟନାରାୟଣ ମହାନ୍ତ , ଦୌପଦୀ ବେଜ, ରୀନା ଦାଶ, ଗୋବିନ୍ଦ ଚନ୍ଦ୍ର ମୁଣ୍ଡା, ବେଲାଳସେନ ନାଏକ , ଅନୁପ କୁମାର ବେଜ ପ୍ରମୁଖ ୫୦ ପରିବାରକୁ ସାମାଜିକ ଦୂରତାରେ ରଖାଇ ରିଲିଫ କିଟ ପ୍ରଦାନ କରିଥିଲେ ।