ପୁରୀରୁ ଦିଲ୍ଳୀ ଚାଲି ଚାଲି ଯାତ୍ରା; ସହାୟତା ପାଇଁ ପ୍ରାଶାସନ ନିକଟରେ ନିବେଦନ

ଫୁଲବାଣୀ : ପୁରୀରୁ ଦିଲ୍ଲୀ ଚାଲି ଚାଲି ଯାଉଥିବା ଜଣେ ଭକ୍ତଙ୍କୁ ପ୍ରଶସାନ ସହାୟତାର ହାତ ବଢାଇ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜଣେ ଯୁବ ସମାଜସେବୀ ବିଞ୍ଜାମିନ୍‍ ନାୟକ। ଆଜି ମହିଳା ଜଣକ ଚାଲି ଚାଲି ଯାଉଥିିବାବେଳେ ତାଙ୍କର ସାକ୍ଷାତ ହୋଇଥିଲା ବାଲିଗୁଡ଼ା-ତୁମୁଡ଼ିବନ୍ଧ ରାସ୍ତାରେ। ତେବେ ମହିଳାଙ୍କ ଚାଳି ଓ ଭେଷବୁଷା ଦେଖି ଯୁବ ସମାଜସେବୀ ଜଣକ ସାହାର ସହିତ ପଚାରିଥିଲେ ତାଙ୍କ ସଂପର୍କରେ। ଏହି ସମୟରେ ମହିଳା ଜଣକ ଯାହା କହିଥିଲେ ତାହା ଥିଲା ମଧ୍ୟ ଅତ୍ୟନ୍ତ ହୃଦୟବିଦାରକ।
ମହିଳାଙ୍କ କହିବା ପ୍ରକାରେ ,ତାଙ୍କ ନାମ ହେଉଛି ,ପାର୍ବତୀ ହସ୍ତୀ। ଘର ଦିଲ୍ଳୀର ବାଘାଲପୁରରେ। ସେ ଆସିଥିଲେ ପୁରୀକୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ତେବେ ପୁରୀ ଆସିଥିବା ସମୟରେ ଲକ୍‍ନାଉନ୍‍ ପୁଣି କେତେବେଳେ ସଟ୍‍ ଡ଼ାଉନ୍‍ ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ଆଉ ଫେରି ପାରିନାହାନ୍ତି ନିଜ ଗ୍ରାମକୁ। ସେପଟେ ପରବାର ଚିନ୍ତାରେ ସେ ଛଟପଟ ହେଉଥିବା ବେଳେ କିଛିଦିନ ଅପେକ୍ଷା କରିବା ପରେ ଆଜି ସେ ସହ କରିନପାରି ଆରମ୍ଭ କରିଛନ୍ତି ତାଙ୍କର ଚାଲି ଚାଲି ଯାତ୍ରା। ନା ଅଛି ପାଖରେ କିଚି ପଇସା ନା କେହି ଚିହ୍ନିଛନ୍ତି ନା ଜାଣିଛନ୍ତି। ଓଡ଼ିଆ ଭାଷା ମଧ୍ୟ ଜଣାନାହିଁ।ହାତ ମଧ୍ୟ ସଂପୂର୍ଣ୍ଣଭାବେ ଅଚଳ। ଦୀର୍ଘଦିନ ଚାଳି ଚାଲି ଆସିବା ପରେ ଆଜି ସେ ପହଁଚିଥିଲେ ବାଲିଗୁଡ଼ାରେ। ବାଲିଗୁଡ଼ାରେ ଭୋକ ବିକଳରେ ମଧ୍ୟ କିଛି ଜଳଖିଆ ଦୋକାନିଙ୍କୁ ଖାଇବାକୁ ମାଗିଥିଲେ। ବ୍ୟବସାୟୀ ମାନେ ମଧ୍ୟ ମୁହଁରେ ଭୋକ ଦେଖି ଖାଇବାକୁ ମଧ୍ୟ ଦେଇଥିଲେ। ଏପରିକି ଅନେକ କୁଆଡ଼େ ଯାଉଛ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ତେବେ ଓଡ଼ିଆ ବୁଝୁପାରୁନଥିବା କି କହିପାରୁନଥିବା ଉକ୍ତ ମହିଳା ଜଣକ ଜଳଖିଆ ଖାଇବା ପରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ମୁନିଗୁଡ଼ାକୁ। ଜଣେ ମହିଳା ହୋଇଥିବା ଯୋଗୁଁ ସେ କିଭଳି ଭାବେ ଭୟ ଓ ନାନା ସମସ୍ୟା ମଧ୍ୟରେ ପୁରୀରୁ ବାଲିଗୁଡ଼ା ପର୍ଯ୍ୟନ୍ତ ପହଁଚିଛନ୍ତି ସେ ନେଇ ମଧ୍ୟ ବଖାଣିଥିଲେ ଯୁବ ସମାଜସେବୀଙ୍କ ଆଗରେ। ବାଟରେ ସାକ୍ଷାତ ହୋଇଥିବା ଯୁବ ସମାଜସେବୀ ଜଣକ କିଛି ଖାଇବା ଓ ଆର୍ଥିକ ସହାୟତା ଦେବା ସହିତ ବାଲିଗୁଡ଼ାରେ ରହିବା ପାଇଁ ଅନୁରୋଧ କରିଥିଲେ। ଏନେଇ ପ୍ରଶାସନକୁ ଅବଗତ କରିବା ପରେ ପ୍ରଶାସନ ନିଶ୍ଚିତ ଭାବେ ସହଯୋଗାର ହାତ ବଢାଇବ ବୋଲି ମଧ୍ୟ କହିଥିଲେ। ତେବେ ମହିଳା ଜଣକ ପୂର୍ବରୁ ବାଟରେ ଅନେକ ପ୍ରଶାସନକୁ ଅନୁରୋଧ କରି ବିଫଳ ହୋଇଥିବା ଯୋଗୁଁ ସେ ଆଉ ରହିବାକୁ ଇଛା ପ୍ରକାଶ କରିନଥିଲେ। ଯୁବ ସମାଜସେବୀଙ୍କ ସହାୟତା ପାଇଁ ଧନ୍ୟବାଦ ଦେଇ ଆରମ୍ଭ କରିଥିଲେ ତାଙ୍କର ଯାତ୍ରା। ମୁନିଗୁଡ଼ାରେ ପହଞ୍ଚିବା ପରେ ସେ ଘରକୁ ଯିବା ପାଇଁ କିଛି ବିକଳ୍ପ ଚିନ୍ତା କରିବେ ବୋଲି ମଧ୍ୟ ପ୍ରକାଶ କରିଥିଲେ। ଲକ୍‍ନାଉନ୍‍ ଓ ସଟ୍‍ ଡ଼ାଉନ୍‍ ଭଳି ବିିଭନ୍ନ କଟକଣା ଯୋଗୁଁ ବର୍ତ୍ତମାନ ଯାନ ବାହାନ ଚଳାଚାଳ ବନ୍ଦ ଥିବା ଓ ହାତରେ ଟଙ୍କାଟିଏ ମଧ୍ୟ ନଥିବା ଯୋଗୁଁ ସେ ବାଧ୍ୟ ହୋଇ ଚାଲି ଚାଲି ତାଙ୍କର ଯାତ୍ରା କରୁଥିବା ସେ ପ୍ରକାଶ କରିଛନ୍ତି।

Comments are closed.