ପିପିଇ କିଟ୍‍ ପିନ୍ଧି ବୁଲୁଥିବା ବୃଦ୍ଧଙ୍କ ମିଳିଲା ପରିଚୟ, ଫେସବୁକ୍‍ ଆଣିଲା ବାପା-ପୁଅ ମଧ୍ୟରେ ମିଳନ

ଫୁଲବାଣୀ: ଦିନେ ବ୍ୟବହୃତ ପିପିଇ କିଟ୍‍ ପିନ୍ଧି ଲୋକ ଲୋଚନା ଆସିଥିବା ଉକ୍ତ ସାମାନ୍ୟ ବିକୃତ ମସ୍ତିକ ବ୍ୟକ୍ତିଙ୍କ ମିଳିଛି ତାଙ୍କ ପରିବାର। ଦୀର୍ଘ ଦିନ ପରେ ଆଜି ବାପା-ପୁଅ ମଧ୍ୟରେ ହୋଇଥିଲା ମଧୁର ମିଳନ। ମିଳନ ମଧ୍ୟ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଦୀର୍ଘଦିନ ପରେ ନିଜ ବାପାକୁ ପାଇଁ ପୁଅ ଯେତିକି ବିଭୋର ହୋଇ ପଡ଼ିଥିଲା ନିଜେ ବାପା ମଧ୍ୟ ନିଜ ପୁଅକୁ ପାଖରେ ପାଇ ବେଶ୍‍ ବିଭୋର ହୋଇ ପଡ଼ିଥିଲେ। ଉଭୟ ମିଶିବା ପରେ ଦୀର୍ଘ ସମୟ ଧରି କେବଳ କାନ୍ଧିଉଠିଥିଲେ। ପାଖରେ ଥିବା ସ୍ୱେଚ୍ଛାସେବୀ ମାନଙ୍କ ଆଖିରୁ ମଧ୍ୟ ବୋହିଯାଇଥିଲା ଲୁହ। ଆଉ ସେହି ଦୃଶ୍ୟ ମଧ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ଢୋଢୋ ବର୍ଷା ମଧ୍ୟରେ ଆଜି ନିଜ ପୁଅ ଦୀର୍ଘଦିନ ପରେ ବାପାକୁ ପାଇବା ପରେ ଫେରାଇ ନେଇଥିଲେ ନିଜ ଘରକୁ। ତାହା ମଧ୍ୟ ସମ୍ଭବ ହୋଇ ପାରିଥିଲା କିଛି ଯୁବ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା।

ମିଳିଥିବା ଖବର ପ୍ରକାରେ , ଗତ ଜୁଲାଇ ୨୬ ତାରିକରେ ରାଇକିଆ ଅଞ୍ଚଳରେ ପିପିଇ କିଟ୍‍ ପିନ୍ଧି ଏକ ବୃଦ୍ଦ ବ୍ୟକ୍ତି ଏପଟ ସେପଟ ବୁଲୁଥିବା ବେଳେ ଏହା ମଧ୍ୟ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା। ଏଥିରେ ରାଇକିଆ ଅଞ୍ଚଳରେ ସାହାରା ସଂଗଠନର ସଂପାଦକ ସୁକାନ୍ତ ନାୟକ ଓ ଅନ୍ୟ ମାନେ ହେଲେ ରାଇକିଆ ପଞ୍ଚାୟତର ବିଜେଡ଼ି ସଭାପତି ମିଟୁ ପଣ୍ଡା , ଯୁବ ସ୍ୱେଚ୍ଛାସେବୀ ରୋସନ ନାୟକ ଓ ବ୍ୟବସାୟୀ ଜଗନ୍ନାଧ ସାହୁ ଓ ଅନ୍ୟମାନେ ହସ୍ତକ୍ଷେପ କରି ଉକ୍ତ ପିପିଇ କିଟ୍‍ ବାହାର କରିବା ସହିତ ତାହାକୁ ନଷ୍ଟ କରିଥିଲେ। ପରେ ସେମାନେ ଉକ୍ତ ବ୍ୟକ୍ତକୁ ନିଜ ହେପାଜତରେ ରଖିବାପାଇଁ ଚେଷ୍ଟା କରିଥିଲେ। ଯେତେବେଳେ ମଧ୍ୟ ସମୟ ପାଇଥାନ୍ତି ଏହି ସ୍ୱେଚ୍ଛାସେବୀ ମାନେ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ତାଙ୍କର ଟିକିନିଖି ଖବର ପଚାରିଥାନ୍ତି। ତେବେ ଇତି ମଧ୍ୟରେ ଏହି ମାନଙ୍କରେ ଦେଖାଚାହାଁ ପରେ ବିକୃତ ମସ୍ତିକ ଜଣକଙ୍କ ସାମନ୍ୟ ସୁଧାର ଆସିଥିବା ବେଳେ ସେ ତାଙ୍କରନାମ ତ୍ରିନାଥ ପାତ୍ର ବୋଲି ପ୍ରକାଶ କରିଥିଲୋ ଏହାକୁ ସ୍ୱେଚ୍ଛାସେବୀ ମାନେ ଏକ ଚ୍ୟାଲେଞ୍ଚ ଭାବେ ଗ୍ରହଣ କରି ଉକ୍ତ ବ୍ୟକ୍ତିଙ୍କ ଫଟୋ ସହିତ ନାମକୁ ବିଭିନ୍ନ ସୋସିଆଲ୍‍ ମିଡ଼ିଆରେ ଭାଇରାଲ କରିଥିଲେ। ତେବେ ଭଗବାନଙ୍କ ଦୟାରୁ ଗତ ୬ମାସ ହେଲା ନିଜ ବାପାକୁ ଖୋଜୁଥିବା ତ୍ରିନାଥ ପାତ୍ରଙ୍କ ପୁଅ ସୁମନ ପାତ୍ରଙ୍କ ପାଖରେ ପହଞ୍ଚିଥିଲା ଏହି ଖବର। ସେ ସୋସିଆଲ୍‍ ମିଡ଼ିଆରେ ଏହି ଫୋଟ ଦେଖିବା ପରେ ଉକ୍ତ ଫୋଟକୁ ପୋଷ୍ଟ କରିଥିବା ମିଟୁ ପଣ୍ଡା ଓ ରୋସନ ନାୟକଙ୍କ ସହିତ ନିଜେ ତ୍ରିନାଥ ଓ ପରିବାରର ଅନ୍ୟ ସଦସ୍ୟମାନେ ଯୋଗଯୋଗ କରିଥିଲେ। ଯୋଗାଯୋଗ ପ୍ରକାରେ ଆଜି ସେ ତାଙ୍କ ବାପାକୁ ନେବାପାଇଁ ଏକ ବାଇକ୍‍ରେ ଆସି ପହଞ୍ଚିଥିଲେ ରାଇକିଆରେ। ସେଠାରେ ଉଭୟ ବାପା-ପୁଅ ନିଜକୁ ଚିହ୍ୱିବା ସହିତ କୋଳାକୋଳି ହୋଇଥିଲେ ଓ ସେହି ସମୟରେ ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ଏହି ଅବସରରେ ପୁଅ ସୁମନ ସ୍ୱେଚ୍ଛାସେବୀ ମାନଙ୍କର ଏଭଳି ମହାନ୍‍ କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିବା ସହିତ ସେମାନଙ୍କୁ ସାଧୁବାଦ ଦେଇଥିଲେ।

, ଗତ ୬ ମାସ ତଳେ ଯେଉଁ ପ୍ରଥମ ଲକ୍‍ଡ଼ାଉନ୍‍ ହୋଇଥିଲା ସେହି ସମୟରେ କୁଆଡ଼େ ତାଙ୍କ ବାପା ତ୍ରିନାଥ ପାତ୍ର ଜୟପୁରରେ ଥିବା ବେଳେ ମାଛ କିଣିବା ପାଇଁ ବଜାରକୁ ଆସିଥିଲେ। ସେହିସମୟରେ ପୁଲିସ୍‍ ତାଙ୍କୁ ବୁଲୁଥିବା ଦର୍ଶାଇ ଉଠାଇ ନେଇଥିଲେ। ଦୀର୍ଘ ୨ ଘଣ୍ଟା ଥାନାରେ ଅଟକ ରଖି ପରବର୍ତ୍ତି ସମୟରେ ଛାଡ଼ିଥିଲେ ମଧ୍ୟ ତ୍ରିନାଥ ପୂର୍ବରୁ ସାମାନ୍ୟ ବିକୃତ ମସ୍ତିକ୍କ ଯୋଗୁଁ ସେ ଥାନାରୁ ଛାଡ଼ ପାଇଥିଲେ ମଧ୍ୟ ଆଉ ଘରକୁ ଯାଇ ପାରିନଥିଲେ। ସେ ଚାଲି ଚାଲି କଲକତା ଚାଲିଯାଇଥିଲେ। ସେଠାରୁ ସେ ପୁଣିତରେ ପାରାଦୀପ୍‍ ଦେଇ ଓଡ଼ିଶା ଫେରିଥିଲେ ଓ ପରବର୍ତ୍ତି ସମୟରେ ସେ ରାଇକିଆରେ ଗତ ୨ ମାସ ହେଲା ବୁଲୁଥିଲେ। ତାଙ୍କର ନିଜ ଘର ଗଂଜାମ ଜିଲାର ପାତ୍ରପୁର ବ୍ଳକ ଅନ୍ତର୍ଗତ ଲକ୍ଷମୀକୁର ନୂଆସାହି ଅଞ୍ଚଳରେ। ତେବେ ବାପା ତିନାଥ ପାତ୍ର ଜୟପୁର ସ୍ଥିତ ପେପର ମିଲ୍‍ରେ ଚାକିରି କରନ୍ତି ଏହି ବର୍ଷ ସେ ଅବସର ଗ୍ରହଣ କରିବେ ଓ ତାଙ୍କ ପୁଅ ମଧ୍ୟ ଏକ ବ୍ୟାଙ୍କରେ କାର୍ଯ୍ୟରତ ବୋଲି ସୂଚନା ମିଳିଛି। ତେବେ ଆଜି ଜଣେ ବ୍ୟକ୍ତକୁ ପରିବାର ଲୋକେ ପାଇଥିବା ଯୋଗୁଁ ଏଥିରେ ଦୀର୍ଘ ଦିନ ହେଲା ନିଜକୁ ସାମିଲ୍‍ କରିଥିବା ସ୍ୱେଚ୍ଛାସେବୀ ମାନେ ମଧ୍ୟ ବେଶ୍‍ ଆତ୍ମ ସନ୍ତୋଷ ଲାଭ କରିଥିବାର କହିଛନ୍ତି ସ୍ୱେଚ୍ଛାସେବୀ ସୁକାନ୍ତ ନାୟକ।

Comments are closed.