ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଫୁଲବାଣୀ: ଗତ ୨୦୧୮ ମସିହାରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ଦୋଷୀକୁ ୫୫ ହଜାର ଟଙ୍କାର ଅର୍ଥ ଦଣ୍ଡ କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୭ ମାସ ଅଧିକ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ଅଭିଯୁକ୍ତ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ଅଂଚଳର ଭାଗିରଥୀ ମଲିକ। ସୂଚନା ମୁତାବକ, କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅଂଚଳର ଜଣେ ୧୫ ବର୍ଷର ନାବାଳିକାଙ୍କ ଦେହ ଖରାପ ଥିବାରୁ ମା’ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ପରୀକ୍ଷା କରିବା ପରେ ସେ ଗର୍ଭର୍ବତୀ ଥିବା ଜଣାପଡିଥିଲା। ମା’ ଏ ନେଇ ଝିଅକୁ ପଚାରିବାରେ ସେ ଘଟଣା ସଂପର୍କରେ ପ୍ରକାଶ କରିଥିଲା। ଘଟଣା ଅନୁଯାୟୀ, ୨୦୧୮ ଜୁନ ମାସ ଖରାଛୁଟିରେ ନାବାଳିକା ଜଣକ ନିଜ ମାଉସୀ ଘରକୁ ବୁଲିବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଭାଗୀରଥି ଘରେ କେହି ନ ଥିବାର ସୁଯୋଗ ନେଇ ନାବାଳିକା ସହ ବଳାତ୍କାର କରିଥିଲା। ଏ କଥା କାହା ଆଗରେ ପ୍ରକାଶ କଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ। ତେଣୁ ପିଡିତା ଭୟରେ ଏ କଥା କାହା ଆଗରେ କହି ନ ଥିଲେ।

Comments are closed.