କାଳବୈଶାଖିର ତାଣ୍ଡବଲୀଳା, ୧୫୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଲା

- ନିଶ୍ଚିତ ମୃତ୍ୟୁର ବର୍ତ୍ତିଲେ ଏକ ପରବାରର ୪ ସଦସ୍ୟ

ଫୁଲବାଣୀ,କ.ନୂଆଗାଁ: କନ୍ଧମାଳ ଜିଲାରେ ଷୋମବାର ମଧ୍ୟାହ୍ନରେ କାଳବୈଶାଖିର ତାଣ୍ଡବ କରୋନାରୁ ବଳି ପଡିଛି। ଏହାର ପ୍ରଭାବ ସମଗ୍ର ଜିଲାର ପ୍ରାୟ ଅଞ୍ଚଳରେ ଦେଖାଯାଇଥିବା ବେଳେ ପ୍ରବଳ ପବନ ସହିତ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ଏକ ପ୍ରକାର ବ୍ୟସ୍ତ ବିବ୍ରତ ହୋଇ ପଡିଥିଲା। ତେବେ ସହରାଞ୍ଚଳ ମାନଙ୍କ ଅପେକ୍ଷା ଗ୍ରାମାଞ୍ଚଳମାନଙ୍କରେ ଏହାର ପ୍ରଭାବ ଅଧିକ ମାତ୍ରରେ ଦେଖାଯାଇଥିଲା। ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଘରଦ୍ୱାରା ମଧ୍ୟ ଭାଙ୍ଗିରୁଜି ଯାଇଛି। ତେବେ କନ୍ଧମାଳ ଜିଲାରେ ଗତକାଲି ବିଳମ୍ବିତ ରାତ୍ରରେ କ.ନୂଆଗାଁ ବ୍ଳକର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖିର ତାଣ୍ଡବ ସମସ୍ତଙ୍କ ଚକିତ କରିଥିଲା। ଏହି ବ୍ଳକ ଅନ୍ତର୍ଗତ ମହାସିଙ୍ଗ୍‍ ପଂଚାୟତରେ କେବଳ ୧୫୦ରୁ ଉର୍ଦ୍ଧ ଘର ଭାଙ୍ଗିଯାଇଥିବାର ଖବର ମିଳିଛି।

ସୂଚନା ପ୍ରକାରେ , କାଳବୈଶାଖି ପ୍ରଭାବରେ ପ୍ରବଳା ବର୍ଷା ସହିତ ଘଡ଼ଘଡ଼ି ଓ ପବନ ଯୋଗୁଁ ଡ଼ାମିସାହି , ତେଲିସାହି , ପାଟଖଣ୍ଡା ସାହି , କରଟନ ପୁର ସାହି ଆଦିରେ ପ୍ରାୟ ୭୦ଟି ଘରର ଆଜିବେଣ୍ଟ ଉଡ଼ିଯାଇଛି। ଗ୍ରାମବାସୀ ମାନଙ୍କ ମଧ୍ୟରେ ବିଳମ୍ବି ରାତ୍ରରେ କୋକୁଆ ଭୟ ସୃଷ୍ଟି କରିଥିଲା। ସେହିଭଳି କୁଡ଼ୁପାକିଆ , ସିର୍ତ୍ତିଗୁନା , ବଣଗୁଡ଼ା ଆଦି ପଂଚାୟତରେ ମଧ୍ୟ ଏହାର ପ୍ରଭାବରେ ପ୍ରାୟ ୯୦ଟି ଘର ଭାଙ୍ଗି ପଡ଼ିଥିଥିବାର ଖବର ମିଳିଛି। ତେବେ ଏହାର ପ୍ରଭାବରେ କରନଟପୁର ସାହିର ଧର୍ମେନ୍ଦ ଦିଗାଲଙ୍କ ସ୍ତ୍ରୀ ଓ ତିନିଛୁଆ ଘରେ ଶୋଇଥିବା ବେଳେ ଏକ ଜାମୁକୋଳି ଗଛ ଘର ଉପରେ ପଡ଼ିଯାଇଥିଲେ ମଧ୍ୟ ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଆଜି ତହସିଲ୍‍ଦାର ମନୋଜ କୁମାର ଦେବଦତ୍ତ , ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର , ଆର୍‍.ଆଇ ଶୁଭଶ୍ରୀ ପ୍ରିୟଦର୍ଶନୀ ସାହୁ , ସରପଂଚ ନୀଳିମା ମଲିକ ଓ ଅନ୍ୟମାନେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହିତ ପିଡ଼ିତ ପରିବାରକୁ ସାକ୍ଷାତ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଅନେକ ପରିବାର ବେଘର ହୋଇପଡିଥିବା ଯୋଗୁଁ ସେମାନେ ପରଘରେ ମାନଙ୍‍କେର ଆଶ୍ରୟ ନେଇଥିବା ପ୍ରକାଶ।

Comments are closed.