ମହିଳାଙ୍କ ପାଇଁ ସୁରକ୍ଷା, ଫୁଲବାଣୀରେ ସୁକନ୍ୟା ଶକ୍ତି ସଂଗଠନ

ଫୁଲବାଣୀ: ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାରକୁ ରୋକିବା ପାଇଁ କାର୍ଯ୍ୟ କରୁଥିବା ସୁକନ୍ୟା ଶକ୍ତି ସଂଗଠନର ଜିଲା ଶାଖା କାର୍ଯ୍ୟାଳୟ ଆଜି ଫୁଲବାଣୀ ସ୍ଥିତ ଅରବିନ୍ଦ ନଗରଠାରେ ଉଦଘାଟିତ ହୋଇଯାଇଛି। ସଂଗଠନର ମୁଖ୍ୟ କାର୍ଯାଳୟ ବରଗଡ଼ଠାରେ ଥିବା ବେଳେ ଆଜି ସଂଗଠନର ଅଧ୍ୟକ୍ଷ ରୋହିତ କୁମ୍ଭାର ଏହାକୁ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପସଭାପତି ଓ ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଂଗଠନ ଦ୍ୱାରା ଗରୀବ ମହିଳାମାନଙ୍କର ସାମାଜିକ ଓ ଅର୍ଥନେଅତିକ ବୃଦ୍ଧି କରିବା ସହିତ ବିଭିନ୍ନ ସମୟରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ରୋକିବା ଦିଗରେ କାର୍ଯ୍ୟ କରିବ ବୋଲି ଜିଲା ସଂଯୋଜକ ପ୍ରକାଶ କରିଛନ୍ତି।

ସମଗ୍ର ଜିଲାରେ ଏହି ସଂଗଠନର ୩୬ ଜଣ କର୍ମକର୍ତ୍ତା ନିୟୋଜିତ ହୋଇଥିବା ଜିଲା ଦାୟିତ୍ୱରେ ଥିବା ନିଳାଦ୍ରୀ ବିହାରୀ ମହାକୁଡ଼ ପ୍ରକାଶ କରିଥିଲେ। ଆଜି ଫୁଲବାଣୀଠାରେ ଉଦ୍‍ଘାଟନ କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଳକ ସଭାପତି ଜୋଷ୍ନାମୟୀ ମିଶ୍ର , ବ୍ଳକ ସୁପରଭାଇଜର ହେମନ୍ତ ନାୟକ, ଫିରିଙ୍ଗିଆ ବ୍ଳକ ସଭାପତି ସସ୍ମିତା ସାହାଣୀ, ସଂପାଦିକା ମଧୁସ୍ମିତା ନାୟକଙ୍କ ସମେତ ପ୍ରତ୍ୟେକ ବ୍ଳକର ସଭାପତି ଓ ସଂପାଦକମାନେ ଉପସ୍ଥିତ ଥିଲେ।

Comments are closed.