ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପ ଜ଼ିଲ୍ଲାପାଳ ଶେଷ ଦେବ ମିଶ୍ର, ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ରାକେଶ କୁମାର ନାୟକ, ଫୁଲବାଣୀ ବ୍ଲକ ଉନୟନ ଅଧିକାରୀ ପ୍ରବୀଣ କୁମାର ବ।ଣୁଆ, ଅଧ୍ୟାପକ ବୈକୁଣ୍ଠ ନାଥ ସ୍ୱାଇଂ, ସମ।ଜଲେବି ଜଳନ୍ଧର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହ୍ନର ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନିତ କୁମାର, ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ବ୍ଲକରୁ ୫୦୦ ଯୁବକଯୁବତୀ ଅଂଶ ଗ୍ରହଣ କରିଥିଲେ। ଯୁବ ଗୋଷ୍ଠୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କବିତା, ମୋବାଇଲ ଫଟୋଗ୍ରାଫି, ବକୃତା, ଯୁବ ସମ୍ବାଦ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

Comments are closed.