ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ କମିଶନଙ୍କ ସହ ଭର୍ଚୁଆଲ୍‌ ଅଧିବେଶନ

ଫୁଲବାଣୀ:କୋଭିଡ୍-୧୯ ସଙ୍କଟ କେବଳ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ନାହିଁ ଏହା ବିଶ୍ୱ ଅର୍ଥନିତି ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହି ସଙ୍କଟ ସ୍ୱାସ୍ଥ୍ୟ ,ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ପିଲାମାନଙ୍କ ମଧ୍ୟରେ ଦୁର୍ବଳତା ବୃଦ୍ଧି କରିଛି। ଶିଶୁଙ୍କ ଏହି ବିପଦ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଓଡ଼ିଶା ଶିଶୁ ଚମ୍ପିଆନ୍ ଓ ୟୁଥ୍ ମାନେ ରାଜ୍ୟ ଅଧିକାର ଆୟୋଗ ସହିତ ଯୋଗାଯୋଗ କରିତିଲେ। ସେଭ୍ ଦି ଚିଲଡ଼୍ରେନ୍ ଦ୍ୱାରା ଭର୍ଚୁଆଲ୍ ଭିଡ଼ିଓ ଅଧିବେଶନ ମାଧ୍ୟମରେ ହୋଇଥିବା ଆଲୋଚନାରେ କର୍ଣ୍ଣାଟକ ରାଜ୍ୟ ଅଧିକାର ଆୟୋଗ ଆଣ୍ଟୋନି ସେବାଷ୍ଟିଆନ୍ , ଆନ୍ଧ୍ରପ୍ରଦେଶର ହାଇ ମାଳତୀ, ତେଲେଙ୍ଗାନା ଅଧ୍ୟକ୍ଷ ଶ୍ରୀନିବାସ ରାଓ ଏବଂ ଓଡିଶାର ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶିଶୁ ଓ ଯୁବ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗନର ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ ଓଡ଼ିଶାରେ ସରକାରଙ୍କ ପକ୍ଷରୁ ଶିଶୁ ସୁରକ୍ଷା ବାବଦରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଯୁବ ପ୍ରତିନିଧି ଭାବେ ଶାଳିନୀ ସାହୁ ଓ ଝୁଲିମା ମଲିକ ଏହି ମହାମାରି ସମୟରେ କିଶୋରୀ ମାନଙ୍କ କ୍ଷେତ୍ରରେ ଦେଖାଯାଇତିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବିଶେଷ ରକି ସାନିରାଟି ପ୍ୟାନ୍ ପର୍ଯ୍ୟାପ୍ତ ପରିମାଣରେ ନମିଳିବା, ବାଲ୍ୟ ବିବାହ ବୃଦ୍ଧି, ସ୍ଥାନାନ୍ତର ଓ ସ୍କୁଲ୍ ନଖୋଲିବା ଯୋଗୁ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ଉପରେ ମତ ରଖିଥିଲେ। ସେଭ୍ ଦି ଚିଲଡ଼୍ରେନ୍ ଓଡ଼ିଶା ମୁଖ୍ୟ ଡ଼ଃ.ସୌମ୍ୟକାନ୍ତ ମିଶ୍ର ସ୍ୱାସ୍ଥ୍ୟସେବାକୁ ତ୍ୱରାନିତ କରାଇବା ସହ କିଶୋରଙ୍କ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟସେବା ଉପରେ ଆଲୋକପାତ କରିଥିଲେ। ଉପନିର୍ଦେଶକ ବିକାଶ ଗୋରା ପରିଚଳନା କରିଥିଲେ।

Comments are closed.