ପ୍ରଶାସନ ଶୁଣିଲାନି; ସିଂଜାକୁଟୀ ଗ୍ରାମବାସୀ ନିର୍ମାଣ କଲେ ୧୫ଶହ ମିଟର ଲମ୍ବା ରାସ୍ତା

ଫୁଲବାଣୀ,ଦାରିଙ୍ଗବାଡ଼ି:ଦାରିଙ୍ଗବାଡ଼ି ବ୍ଲକ ସରାମୂଳୀ ପଞ୍ଚାୟତର ଦୁର୍ଗମ ଗ୍ରାମ ସିଂଜାକୁଟୀ। ବ୍ଲକ କାର୍ଯ୍ୟାଳୟ ଠାରୁ ଗ୍ରାମର ଦୂରତା ପ୍ରାୟ ୬୦ କିଲୋମିଟର। ସେଥିମଧ୍ୟରୁ ସରାମୂଳୀ ପଞ୍ଚାୟତର ତର୍ଗାବାଲି ଠାରୁ ସିଂଜାକୁଟୀ ଗ୍ରାମକୁ ଯାଇଥିବା ୩ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ। ଗ୍ରାମକୁ ଯାଇଥିବା ରାସ୍ତା ଶୋଚନୀୟ ହୋଇଥିବାରୁ ଗ୍ରାମବାସୀମାନେ ଯିବାଆସିବା ସହିତ ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବାଆଣିବାରେ ଅସୁବିଧା ହୋଇଥାଏ। ଗ୍ରାମବାସୀମାନେ ସାଧାରଣ ଜ୍ୱର କିମ୍ବା କୌଣସି ରୋଗରେ ପିଡ଼ୀତ ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନାକୁ ବୋହି ନେଇଥାନ୍ତି। ଗ୍ରାମବାସୀମାନେ ଏସମ୍ପର୍କରେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଜଣାଇବା ପରେ ମଧ୍ୟ ଗ୍ରାମକୁ ରାସ୍ତାନିର୍ମାଣ ପାଇଁ କୌଣଶି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଯାହାଫଳରେଶେଷରେ ଶେଷରେ ଗ୍ରାମବାସୀ ମାନେ ମିଳିମିଶି ଗାଁ ଠାରୁ ପ୍ରାୟ ୧୫ଶହ ମିଟର ଲମ୍ବା ରାସ୍ତାକୁ ନିଜସ୍ୱ ଉଦ୍ୟମରେ ନିର୍ମାଣ କରିଛନ୍ତି। ଗ୍ରାମର ମହିଳା, ଯୁବକ ଯୁବତୀ ଏବଂ ଅନ୍ୟମାନେ ନିଜ ହାତରେ କୋଡ଼ି ଶାବଳ ଧରି ନିଜ ପାଇଁ ନିଜ ଗାଁ ର ରାସ୍ତା ନିର୍ମାଣ କରିଛନ୍ତି।

ଏହି ଗ୍ରାମଟି ବ୍ଲକ ଠାରୁ ବହୁ ଦୂରରେ ଥିବାରୁ ପ୍ରଶାସନ ନଜରରେ ଆସୁନଥିବା କାରଣରୁ ଗ୍ରାମବାସୀମାନେ ଏହି ଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି। ଗ୍ରାମରେ ପିଇବା ପାଣି ଠାରୁ ଆରମ୍ଭ କରି ଶିକ୍ଷା,ବିଜୁଳି ଆଲୁଅ, ସ୍ୱ।।ସ୍ଥ୍ୟ ସେବା ଭଳି ବିଭିନ୍ ମୌଳିକ ମିଳୁନଥିବା ଅଭିଯୋଗ ହୋଇଛି। କିନ୍ତୁ ତଥାପି ଗ୍ରାମପ୍ରତି ପ୍ରଶାସନର ନିଘା ନାହିଁ।ବଣପାହାଡ଼ ଜଙ୍ଗଲ ଘେରା ଏହି ଗ୍ରାମକୁ ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନଥିବାରୁ ଗ୍ରାମବାସୀ ମାନେ ଅଭିଯୋଗ ପରେ ଅଭିଯୋଗ କରି ନିରାଶ ହେବା ପରେ ଗାଁକୁ ଆସିଥିବା ରାସ୍ତାର ଗ୍ରାମ ଠାରୁ ଆରମ୍ଭ କରି ପ୍ରାୟ ଅଧା ରାସ୍ତା କୁ ନିଜେ ନିର୍ମାଣ କରିଛନ୍ତି। ତେଣୁ ପ୍ରଶାସନ ତଥା ରାଜ୍ୟ ସରକାର ଗ୍ରାମବାସୀଙ୍କ ସମସ୍ୟାକୁ ହୃଦବୋଧ କରି ତର୍ଗାବାଲି ଠାରୁ ସିଂଜାକୁଟୀ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମର ପ୍ରଭାକର ମଲ୍ଲିକ, ସଙ୍ଗୀତା ମଲ୍ଲିକ, ସାହୁ ପାଟ୍ଟମାଝୀ ନିର୍ମ ମଲିକ, ଦର୍ଶନ ମଲ୍ଲିକ, ଆନ୍ଦ୍ରିୟ ମଲ୍ଲିକ, ଜତୀନ ପାଟ୍ଟମାଝୀ, ରୋନାଲ୍ଡ ମଲ୍ଲିକ, ପ୍ରେମିକ ମଲ୍ଲିକ, ବିଶ୍ୱନାଥ ପାଟ୍ଟମାଝୀ, ଜିସାୟ ମଲ୍ଲିକ ପ୍ରମୁଖ ଅନୁରୋଧ କରିଛନ୍ତି।

Comments are closed.