ସଖୀ ଓ ସ୍ୱଧାର ଗୃହ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଫୁଲବାଣୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଗୁଡ଼ା ସ୍ଥିତ ବନବାସୀ ଦ୍ୱାରା ପରିଚାଳିତ ସଖୀ ଓ ସ୍ୱଧାର ଗୃହ ପକ୍ଷରୁ ମଳିତ ଭାବେ ଏହି ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଡାକ୍ତର ମନୋରଂଜନ ରାଉତ ଏହି ସଚେତନତା ଶୋଭଯାତ୍ରାକୁ ଉଦ୍‍ଘାଟନ କରିଥିଲେ। ଏହି ଶୋଭାଯାତ୍ରା ଡାକ୍ତରଖାନା ପରିସରରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗସ୍ତ କରିଥିଲା। ଉକ୍ତ ଶୋଭାଯାତ୍ରାରେ ସଖୀର ପ୍ରଶାସନିକ ପରିଚାଳିକା ପ୍ରାଚୀପ୍ରଭା ତ୍ରିପାଠୀଙ୍କ ସମେତ ଅନ୍ୟ ସମସ୍ତ କର୍ମୀ ଓ ସ୍ୱଧାର ଗୃହର ଅଧ୍ୟକ୍ଷା ଶାନ୍ତିଲତା ଗଉଡ଼ଙ୍କ ସମେତ ଅନ୍ୟ ସମସ୍ତ କର୍ମୀମାନେ ସାମିଲ୍‍ ହୋଇଥିଲେ।

Comments are closed.