ମୁକ୍ତିଲାଭ କଲା ଓଡ଼ିଆ ୟୁଟୁବ ଆଲବମ ‘ଆସିବିକି ଆଉ ଫେରି’

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବଛାବଛା କଳାକାରମାନଙ୍କୁ ନେଇ ନିର୍ମାଣ କରାଯାଇଥିବା ନିଚ୍ଛକ ପ୍ରେମ କାହାଣୀ ଉପରେ ଆଧାରିତ ଓଡ଼ିଆ ୟୁଟୁବ ଆଲବମ ଭିଡ଼ିଓ ‘ଆସିବିକି ଆଉ ଫେରି’ ମୁକ୍ତିଲାଭ କରିଛି। ଅର୍ଜୁନ ମେହେର ମ୍ୟୁଜିକାଲ ୟୁଟୁବ ବ୍ୟାନରରେ ଏହି ଭିଡ଼ିଓଟି ନିର୍ମାଣ ହୋଇଥିବା ବେଳେ ଓଡ଼ିଶାର ଜଣାଶୁଣା ପ୍ରଯୋଜକ ଅର୍ଜୁନ ମେହେରଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଥିବା ଏହି ଗୀତଟିକୁ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗାଇଥିବା ବେଳେ ଗୀତଟିରେ ଜଣାଶୁଣା ସଂଗୀତ ନିର୍ଦେଶକ ବିକାଶ କୌତୁଲ ସଂଗୀତ ନିର୍ଦେଶନା ଦେଇଛନ୍ତି। ଅନ୍ୟପଟେ ଏହି ଭିଡ଼ିଓଟି କନ୍ଧମାଳ ଜିଲ୍ଲା ଓ ସୁବର୍ଣପୁର ଜିଲ୍ଲାର ବିଭିନ୍ନ ଜାଗାରେ ସୁଟିଂ ହୋଇଥିବା ବେଳେ ଭିଡ଼ିଓରେ ଗୋପାଳ ମେହେର ନିର୍ଦେଶନା ଦେଇଛନ୍ତି।

ଭିଡ଼ିଓରେ କନ୍ଧମାଳ ଜିଲ୍ଲା ତଥା ଓଡ଼ିଶାର ଜଣେ ଆଗଧାଡିର ଆଲବମ ନାୟକ ରାଜେଶ ଦିଗଲା ନାୟକ ଭୁମିକାରେ ଅଭିନୟ କରିଥିବା ବେଳେ ଜଣାଶୁଣା ଧାରାବାହିକ ଓ ଅଳବମ ନାୟିକା ଲିନା ଏହି ଭିଡ଼ିଓରେ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ ଟୁନା ପାର୍ଶ୍ୱ ଅଭିନେତା ଭାବରେ ଅଭିନୟ କରିଛନ୍ତି। ତେବେ ଏକତରଫା ପ୍ରେମ କାହାଣୀର କରୁଣ ପରିଣତି ଉପରେ ଏହି ଆଠ ମିନିଟର ଭିଡ଼ିଓ ଆଲବମଟି ନିର୍ମାଣ ହୋଇଥିବା ବେଳେ କଳାକାରମାନଙ୍କ ଅଭିନୟ ମଧ୍ୟ ବେଶ ମନଛୁଆଁ ହୋଇ ପାରିଛି। ଅନ୍ୟାପଟେ ଏହି ଭିଡ଼ିଓଟି ମୁକ୍ତି ଲାଭ କଲାପରେ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

Comments are closed.