ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଓ ଗୋପୂଜନ ଉତ୍ସବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଓ ଗୋପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସକlଳେ ଶିଶୁମାନଙ୍କ ଦ୍ୱାରା ରକ୍ଷାବନ୍ଧନ, ଗୋପୂଜନ, ଦୀପପ୍ରଜ୍ଵଳନ, ସମସ୍ତ ଗୁରୁଜୀ ଗୁରୁମା ଫୁଲବାଣୀ ସହରର ପ୍ରତ୍ୟେକ ୱାର୍ଡର ବିଭିନ୍ନ ସାହିରେ ବୁଲି ରକ୍ଷା ବନ୍ଧନରେ ସାମିଲ ହେବା ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ଦିବସର ମହତ୍ତ୍ୱ ବିଷୟରେ ଆଲୋକପାତ କରିବା ସହିତ ପାରସ୍ପରିକ ସମ୍ପର୍କ ସୁଦୃଢ଼ ହେଲେ ଏ ଦେଶ, ଏ ଜାତି ଅଗ୍ରସର ହୋଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ। ସେହିପରି ପରିଚାଳନା କମିଟିର ଉପସଭାପତି ତଥା ପଞ୍ଚାୟତ କଲେଜ ଫିରିଙ୍ଗିଆର ଅଧ୍ୟକ୍ଷ ଡ଼ଃ. ଚିତ୍ତ ରଞ୍ଜନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗହ୍ମା ପୂର୍ଣ୍ଣିମାର ମହତ୍ତ୍ଵ ଓ ପରସ୍ପର ମଧ୍ୟରେ ସମ୍ପର୍କର ବାର୍ତ୍ତା ସମସ୍ତ ଶିଶୁଙ୍କୁ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ବିଦ୍ୱତ ପରିଷଦର ସଭାପତି ଶିକ୍ଷାବିତ ବାସୁଦେବ ପ୍ରହରାଜ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମ୍ପାଦକ ତଥା ଅବସର ପ୍ରାପ୍ତ ଶିକ୍ଷାବିତ ବିରଞ୍ଚି ନାରାୟଣ ମିଶ୍ର ଗୋପୂଜନରେ ସହଯୋଗ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପାଢ଼ୀ ଅତିଥି ମାନଙ୍କୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନର ଶୁଭାରମ୍ଭ କରିଥିଲେ। ପରେ ପରେ ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକା ପରସ୍ପର ରାକ୍ଷୀ ବାନ୍ଧି କାର୍ଯ୍ୟକ୍ରମଟିକୁ ଉତ୍ସବ ମୁଖର କରାଇ ଥିଲେ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଚଳିତ ବର୍ଷ ହର ଘର ତିରଙ୍ଗା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ଅନୁରୋଧ କରାଯାଇଛି।ତେଣୁ ଏହି ଅବସରରେ ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ରାଉତ ଗୈରିକ ଧ୍ଵଜା ଉତ୍ତୋଳନ ଓ ଅବତରଣ କରିବା ତଥା ଶପଥ ପାଠ କରି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରିଥିଲେ। ଆଚାର୍ଯ୍ୟ ଦେବେନ୍ଦ୍ର ପଟ୍ଟନାୟକ ସ୍ୱାଗତ ସଙ୍ଗୀତ ରଚନା କରିଥିଲେ ଓ କିଶୋର ଗୁରୁଜୀ ସ୍ୱର ସଂଯୋଜନା କରିଥିଲେ।ପରିଶେଷରେ ସବିତା ମିଶ୍ର ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.