ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଫୁଲବାଣୀ: ଦେଶ ସ୍ଵାଧୀନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇକିଆ ବ୍ଲକ ରେ ଆଇସିସିଆଇ ଫାଉଣ୍ଡେସନ କନ୍ଧମାଳ ଶାଖା ତରଫରୁ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ତରଫରୁ ବ୍ଲକର ଚାରୋଟି ପଂଚାୟତ ଅନ୍ତର୍ଗତ ୧୧ଟି ଗ୍ରାମର ଗ୍ରାମବାସୀଙ୍କୁ ସାମିଲ କରି ପାଳନ କରାଯିବା ସହ ୪୦୦ରୁ ଉର୍ଦ୍ଧ୍ବ ପତାକା ବଣ୍ଟନ କରାଯାଇଥିଲା। ଡେଭଲପମେଣ୍ଟ ଅଫିସର ଲୋହିତ କୁମାର ମହନ୍ତ, ସତ୍ୟବାନ୍ ଦିଗାଲ, ହେମରାଜ୍ ସାହୁ, ସତ୍ୟ ରଞ୍ଜନ ଡାକୁଆ, ସପ୍ନା ନାୟକ ପ୍ରମୁଖ ସାମିଲ ହୋଇ ଜାତୀୟ ପତାକା ବଣ୍ଟନ କରିଥିଲେ।

Comments are closed.